ଜେରା ବେଳେ ସର୍ଜିଲ ମାନିଲା, ସେ ଦେଶ ବିରୋଧୀ ଭାଷଣ ଦେଇଥିଲା

ନୂଆଦିଲ୍ଲୀ : ଦେଶ ବିରୋଧୀ ଭାଷଣ ଦେଇ ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ସର୍ଜିଲ ଇମାମକୁ ଦିଲ୍ଲୀ ପୁଲିସ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା ଚଳାଇଛି । ତାକୁ ଜେରାବେଳେ କେତେକ ସାଂଘାତିକ ତଥ୍ୟ ମିଳିଥିବା ଜଣାଯାଇଛି ।

ଜେରା ବେଳେ ସେ ମାନିଛି ଯେ ତାକୁ ନେଇ ଭାଇରାଲ ହୋଇଥିବା ଭିଡ଼ିଓ ନକଲି ନୁହେଁ, ଅସଲି । ସେ ଦେଶବିରୋଧୀ ଭାଷଣ ଦେଇଥିଲା । ସେ ବିଶ୍ୱାସ କରେ ଯେ ଭାରତ ଏକ ଇସ୍ଲାମୀୟ ଦେଶ ହେବା ଉଚିତ । ତେବେ ଜେରାବେଳେ ସେ ବାରମ୍ବାର ପୁଲିସକୁ ଭ୍ରମିତ କରିବାକୁ ଉଦ୍ୟମ ଚଳାଇଛି । ବିଶେଷକରି ତାହାର ମୋବାଇଲ ଫୋନଟିକୁ ପୁଲିସ ଏପର୍ଯ୍ୟନ୍ତ ଜବତ କରିପାରିନାହିଁ । ଏହି ମୋବାଇଲ ଫୋନ ମିଳିଲେ ତାସଂପର୍କରେ ଓ ତାପଛରେ ଥିବା ଲୋକମାନଙ୍କ ସଂପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି ପୁଲିସ ମନେକରୁଛି ।

ଗତ ସପ୍ତାହରେ ସର୍ଜିଲ ଇମାମ ସାହିନ ବାଗରେ ଏକ ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତରୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ସେ କହିଥିଲା ଯେ ତା’ପାଖରେ ଯଦି ୩-୪ ଲକ୍ଷ ଲୋକ ରୁହନ୍ତି ସେ ଆସାମକୁ ଭାରତଠାରୁ ଅଲଗା କରିଦେବ ।

ସମ୍ବନ୍ଧିତ ଖବର