ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ସେ ପିଏମ ମୋଦୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ବାବା (ପ୍ରଣବ)ଙ୍କ ସ୍ମାରକୀ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ।
କିଛି ଦିନ ତଳେ ଶର୍ମିଷ୍ଠା ମୁଖାର୍ଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାରକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ ପଚାରିଥିଲେ, "ଆଜି ବହୁତ ହୋହାଲ୍ଲା ହେଉଛି, କିନ୍ତୁ ମୋ ବାବାଙ୍କ ପାଇଁ କିଛି କରିନାହାଁନ୍ତି, ଯେତେବେଳେ କି ସେ ସାରା ଜୀବନ କଂଗ୍ରେସ ସହିତ ଥିଲେ ।
ଶର୍ମିଷ୍ଠା ମୁଖାର୍ଜୀ ଲେଖିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲି ଏବଂ ମୋ ବାବା (ପ୍ରଣବ ମୁଖାର୍ଜୀ)ଙ୍କ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଏବଂ ତାଙ୍କ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲି। ଏହା ମଧ୍ୟ ବିଶେଷ କାରଣ ବାବାଙ୍କ ସ୍ମାରକୀ ନିର୍ମାଣ ପାଇଁ ଆମ ତରଫରୁ କିମ୍ବା ଅନ୍ୟ କେହି ସରକାରଙ୍କ ନିକଟରେ କୌଣସି ଦାବି କରିନଥିଲେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣରେ ମୁଁ ବହୁତ ପ୍ରଭାବିତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/07/1g1lfR8zVtYqx7arDWt5.jpg)
