ମରିବା ପୂର୍ବରୁ ଜେଜେମାଙ୍କ ଗୋଟିଏ ଭୋଟ ପାଇଁ ନାତି ହେଲେ ସରପଞ୍ଚ

ନାଗପୁର: ନିର୍ବାଚନ ଏମିତି ଏକ ପର୍ଯ୍ୟାୟ ହୋଇଥାଏ ଯେଉଁଠାରେ ଗୋଟିଏ ଗୋଟିଏ ଭୋଟ ବି ମୂଲ୍ୟ ରଖିଥାଏ | ମାତ୍ର ଗୋଟିଏ ଭୋଟ ପାଇଁ କେଉଁଠି ପ୍ରାର୍ଥୀ ହାରିଯାଏ ତ ପୁଣି କେତେବେଳେ ଜଣେ ନିର୍ବାଚନ ଜିତିଯାଇଥାଏ | ମହାରାଷ୍ଟ୍ରରେ ଏବେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ମାତ୍ର ଗୋଟିଏ ଭୋଟ ପାଇ ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଓ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି | ତେବେ କୌତୁହଳର କଥା ଯେ ଏହି ଗୋଟିଏ ଭୋଟ ଦେଇଥିବା ପ୍ରାର୍ଥୀଙ୍କ ଜେଜେ ମା ଆଉ ଏହି ଦୁନିଆରେ ନାହାଁନ୍ତି |

ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ହୋଇଥିବା ପଂଚାୟତ ନିର୍ବାଚନ ପାଇଁ ପୁଣେର ମୂଳସୀ ଗାଁର ବିଜୟ ସାଥେ ନିର୍ବାଚନ ଲଢ଼ିଥିଲେ | ଆଉ ଜାନୁୟାରୀ ୧୫ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା | ତେବେ ନିଜ ନାତିଙ୍କ ପାଇଁ ଭୋଟ ଦେବାକୁ ପହଁଚିଯାଇଥିଲେ ବିଜୟଙ୍କ ୧୧୩ ବର୍ଷୀୟ ଜେଜେମା ସବାଇ ସାଥେ | ଦିନରେ ଭୋଟ ଦେଇଥିବା ସବାଇଙ୍କର ରାତିରେ ଦେହାନ୍ତ ହୋଇଯାଇଥିଲା |

ତେବେ ଜାନୁୟାରୀ ୧୮ ତାରିଖରେ ଯେତେବେଳେ ନିର୍ବାଚନ ଫଳାଫଳ ଆସିଥିଲା ସେତେବେଳେ ମାତ୍ର ଗୋଟିଏ ଭୋଟ ଅନ୍ତରରେ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ବିଜୟ ପରାସ୍ତ କରିଥିଲେ | ନିର୍ବାଚନରେ ଜିତିବା ପରେ ବିଜୟ କହିଛନ୍ତି ଯେ ‘ଯଦି ମୋ ଜେଜେମା ଭୋଟ ଦେଇନଥାନ୍ତା ତେବେ ନିର୍ବାଚନରେ ଜିତିପାରିନଥାନ୍ତି | ଯଦି ମୋ ୧୧୩ ବର୍ଷୀୟ ଜେଜେ ମା ସେହିଦିନ ଭୋଟ ଦେବାକୁ ଯାଇନଥାନ୍ତେ, ତେବେ ବୋଧେ ମୁଁ ନିର୍ବାଚନରେ ଗୋଟିଏ ଭୋଟ ପାଇଁ ହାରିଯାଇଥାନ୍ତି’ | ଗାଁ ପାଇଁ କିଛି କରିବାକୁ ଜେଜେମା ପରାମର୍ଶ ଦେଇଥିବା ନବ ନିର୍ବାଚିତ ସରପଞ୍ଚ କହିଛନ୍ତି |

ସମ୍ବନ୍ଧିତ ଖବର