କରୋନା ଭୁତାଣୁକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିବାକୁ ୨୦୧୫ରେ ଚୀନର ବୈଜ୍ଞାନିକମାନେ ବିଚାର କରୁଥିଲେ : ରିପୋର୍ଟ

ନୂଆଦିଲ୍ଲୀ : କରୋନା ମହାମାରୀ ଏବେ ସମଗ୍ର ବିଶ୍ବକୁ କବଳିତ କରି ରଖିଛି । ତେବେ ଏହି ମହାମାରୀ ବ୍ୟାପିବାର ପ୍ରାଯ ୫ ବର୍ଷ ପୂର୍ବରୁ ଚୀନର ସାମରିକ ବିଜ୍ଞାନୀମାନେ ସାର୍ସ କରୋନାଭାଇରସକୁ ଏକ ସାମରିକ ଅସ୍ତ୍ରଭାବେ ବ୍ୟବହାର କରିବାକୁ ଯ଼ୋଜନା କରୁଥିଲେ । ଏପରି ଏକ ସାଂଘାତିକ ତଥ୍ୟ ଲିକ ହୋଇଥିବା ଚୀନର କେତେକ ଗୋପନ ସାମରିକ କାଗଜପତ୍ରରୁ ଜଣାପଡ଼ିଛି ।
୨୦୧୫ରେ ଚୀନ ସାମରିକ ବିଜ୍ଞାନୀ ଓ ଜନସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ମଧ୍ୟରେ ହୋଇଥିବା ଏକ ଗୋପନ ଆଲୋଚନା ଏହି ଦସ୍ତାବିଜରେ ସ୍ଥାନ ପାଇଛି । ଏହି ଦସ୍ତାବିଜ ଏବେ ଆମେରିକା ସରକାରଙ୍କ ହସ୍ତଗତ ହୋଇଛି । ଚୀନର ସାମରିକ ବିଜ୍ଞାନୀମାନଙ୍କ ମତରେ ୩ୟ ବିଶ୍ବଯ଼ୁଦ୍ଧ ଜୈବ ଅସ୍ତ୍ର ଓ ଜିନ ଅସ୍ତ୍ରମାଧ୍ୟମରେ ଲଢାଯ଼ିବ । ଏହି ଯ଼ୁଦ୍ଧରେ କରୋନା ଭୁତାଣୁକୁ ଏକ ସମ୍ଭାବ୍ୟ ଅସ୍ତ୍ରଭାବରେ ବ୍ୟବହାର କରିହେବ । କରୋନା ଭୁତାଣୁକୁ କ୍ରୁତ୍ରିମ ଉପାୟରେ ଏପରି ଭାବେ ପ୍ରସ୍ତୁତ କରାଯ଼ିବ ଯ଼େପରିକି ଏହା ସମଗ୍ର ବିଶ୍ବରେ ଅଭୁତପୂର୍ବ ଆତଙ୍କ ଖେଳାଇଦେବ । ଏପରି କରି ଚୀନ ସମଗ୍ର ବିଶ୍ବରେ ନିଜର ସାମରିକ ଓ କୂଟନୈତିକ ପ୍ରଭୃତ୍ବ ଜାହିର କରିପାରିବ ।

ସମ୍ବନ୍ଧିତ ଖବର