ଶ୍ରୀରାମଙ୍କ କାର୍ଟୁନ ପୋଷ୍ଟ କରି ଟ୍ରୋଲ୍ ହେଲେ ଶଶୀ ଥରୁର

ନୂଆଦିଲ୍ଲୀ: ଜୟ ଶ୍ରୀରାମ ନାରାକୁ ନେଇ ସାରା ଦେଶରେ ଏବେ ରାଜନୀତି ପାଣିପାଗ ଗରମ ଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ଏକ କାର୍ଟୁନ ଟ୍ୱିଟ କରି ହଟହଟା ହୋଇଛନ୍ତି | କେରଳ ତିରୁବନନ୍ତପୁରମ ସାଂସଦ ଶଶୀ ଥରୁର ପ୍ରଭୁ ଶ୍ରୀରାମଙ୍କ ଏକ କାର୍ଟୁନକୁ ନିଜ ଟ୍ୱିଟରରେ ପୋଷ୍ଟ କରିଥିଲେ | ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଗଛରେ ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା |

ତାଙ୍କୁ କିଛି ଲୋକ ମାଡ ମାରୁଥିବାର ଦେଖିବାକୁ ମିଳିଥିଲା ଏବଂ ସେମାନେ ମାରିବା ବେଳେ ‘ଜୟ ଶ୍ରୀରାମ’ କହୁଥିଲେ।  କିଛି ଦୂରରେ ପ୍ରଭୁ ଶ୍ରୀରାମ ଠିଆ ହୋଇ ଲୁହଗଡ଼ାଉ ଥିଲେ। ଏହାକୁ ଟ୍ୱିଟ କରି ଶଶୀ ଟ୍ରଲର୍ସଙ୍କ କ୍ଷୋଭର ଶିକାର ହୋଇଛନ୍ତି | କିଛି ଟ୍ୱିଟର ବ୍ୟବହାରକାରୀ ଶଶୀଙ୍କୁ ଜବାବ ଦେଇଛନ୍ତି ଯେ କେବେ ଆଲ୍ଲା ହୁ ଆକବର କହି ମାଡ ମାରୁଥିବା ଟ୍ୱିଟ ପୋଷ୍ଟ କରନ୍ତୁ |

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ ଶଶୀଙ୍କର କଣ ସାହସ ଅଛି ଯେ ସେ ଆଲ୍ଲା ହୁ ଆକବର ବିରୋଧରେ ଲେଖିପାରିବେ | କାର୍ଟୁନିଷ୍ଟ ସତୀଶ ଆଚାର୍ଯ୍ୟଙ୍କର ଏକ କାର୍ଟୁନକୁ ଶଶୀ ଟ୍ୱିଟ କରିଥିଲେ | ଏଥିରେ ପ୍ରଭୁ ଶ୍ରୀରାମ ତାଙ୍କ ନାମକୁ ବ୍ୟବହାର ନ କରିବାକୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର