ଅଧ୍ୟକ୍ଷ ହେବାକୁ ରାହୁଲ ପ୍ରସ୍ତୁତ ନଥିଲେ ନିର୍ବାଚନ କରାଯାଉ: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ପୁଣି ଥରେ ପୂର୍ଣ୍ଣକାଳୀନ କଂଗ୍ରେସ ସଭାପତି ପଦ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି | କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଶଶି ଆଗେଇ ଆସିଛନ୍ତି। ଶଶି କହିଛନ୍ତି ଯେ କଂଗ୍ରେସର ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସ୍ପଷ୍ଟ ମାତ୍ର ଆବଶ୍ୟକତା ରହିଛି | ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତା’ହେଲେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କରାଯାଉ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଗତ ବର୍ଷ ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତିକୁ ସ୍ୱାଗତ କରିଥିଲି, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଭାର ବହନ କରିବା ସୋନିଆଙ୍କ ପାଇଁ ଅନ୍ୟାୟ ହେବ । ତେବେ ସେ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଚାହାଁନ୍ତି, ତେବେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ଅଧ୍ୟକ୍ଷ ଭାବରେ ରହିପାରିବେ | କାରଣ ତାଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପାଖରେ କଂଗ୍ରେସକୁ ନେତୃତ୍ୱ ନେବାର ‘ଶକ୍ତି ଏବଂ ସାମର୍ଥ୍ୟ’ ରହିଛି। ସେ ପୁନର୍ବାର ଦଳର ନେତୃତ୍ୱ ନେଇପାରିବେ। ତଥାପି, ଯଦି ରାହୁଲ ପୁନର୍ବାର ଅଧ୍ୟକ୍ଷ ହେବାକୁ ଚାହୁଁନାହାଁନ୍ତି, ତେବେ କଂଗ୍ରେସ ଏକ ନୂତନ ଅଧ୍ୟକ୍ଷ ବାଛିବା ଏଠାରେ ସୂଚନା ଥାଉ କି ଅଗଷ୍ଟ ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି ।

ସମ୍ବନ୍ଧିତ ଖବର