ନୂଆଦିଲ୍ଲୀ: ‘ହିନ୍ଦୁ ପାକିସ୍ତାନ’ ବୟାନ ପାଇଁ ସମାଲୋଚନାର ଶିକାର ହେବା ପରେ କଂଗ୍ରେସ ନେତା ଶଶୀ ଥରୁର ‘ହିନ୍ଦୁ ତାଲିବାନ୍’ ବୟାନ ଦେଇ ପୁଣିଥରେ ବିବାଦରେ ଫସିଛନ୍ତି। ବିଜେପିର ସମାଲୋଚନାକୁ ଆକ୍ଷେପ କରି ଥରୁର ‘ହିନ୍ଦୁତ୍ୱରେ ଏବେ ତାଲିବାନ୍ର ଅଭ୍ୟୁଦୟ ହେଉଛି କି’ ବୋଲି ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଭାରତ ଏକ ‘ହିନ୍ଦୁ ପାକିସ୍ତାନ’ ହେବ ବୋଲି ଥରୁର କିଛିଦିନ ତଳେ କହିଥିଲେ। ଏହାକୁ ନେଇ ବିଜେପି ଭଳି ଅନେକ ଦଳ ତାଙ୍କୁ ସମାଲୋଚନା କରିଥିଲେ। ଖୋଦ କଂଗ୍ରେସ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲା। ତା’ସତ୍ତ୍ୱେ ସେ ନିଜ ମନ୍ତବ୍ୟକୁ ଠିକ୍ ବୋଲି ଯୁକ୍ତି ଦର୍ଶାଇଥିଲେ। ସେ ଆଜି କହିଛନ୍ତି, ମୋତେ ପାକିସ୍ତାନ ଚାଲିଯିବାକୁ ସେମାନେ(ବିଜେପି) କହୁଛନ୍ତି। ଏଭଳି ନିଷ୍ପତ୍ତି ନେବାକୁ ସେମାନଙ୍କୁ ଅଧିକାର କିଏ ଦେଲା? ତା’ଛଡ଼ା ସେମାନଙ୍କ ଭଳି ହିନ୍ଦୁ ହୋଇ ନ ଥିବାରୁ ମୁଁ କ’ଣ ଭାରତରେ ରହିପାରିବି ନାହିଁ? ତେଣୁ ହିନ୍ଦୁତ୍ୱରେ କ’ଣ ତାଲିବାନ୍ର ଅଭ୍ୟୁଦୟ ହେଲା କି ବୋଲି ଥରୁର ପ୍ରଶ୍ନ କରିଛନ୍ତି। ତାଙ୍କୁ ସମାଲୋଚନା କରି ବିଜେପି ନେତା ସମ୍ବିତ୍ ପାତ୍ର କହିଛନ୍ତି, ଥରୁରଙ୍କ ଏଭଳି ବୟାନରୁ ହିନ୍ଦୁମାନଙ୍କ ପ୍ରତି କଂଗ୍ରେସର ଥିବା ଘୃଣାଭାବ ସ୍ପଷ୍ଟ ଭାବେ ଦିଶୁଛି।
ଥରୁର୍ଙ୍କ ‘ହିନ୍ଦୁ ତାଲିବାନ୍’ ବୟାନକୁ ନେଇ ଝଡ଼
/sambad/media/post_attachments/wp-content/uploads/2018/07/shashi-tharoor.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)