ଜେଲରେ ସ୍ୱତନ୍ତ୍ର ସୁବିଧା ମାମଲାରେ ଶଶିକଳାଙ୍କୁ ମିଳିଲା ଜାମିନ

ବେଙ୍ଗଲୁରୁ: ବେଙ୍ଗାଲୁରୁର ପରପ୍ପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିବା ଅଭିଯୋଗରେ ଭିକେ ଶଶିକଳାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଜେଲରେ ବନ୍ଦୀ ଥିବା ସମୟରେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିବା ଅଭିଯୋଗର ଶୁଣାଣି କରି ବେଙ୍ଗାଲୁରୁର ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ ଭିକେ ଶଶିକଳା ଏବଂ ତାଙ୍କ ଭାଉଜ ଇଲାଭାରାସିଙ୍କୁ ଜାମିନ ପ୍ରଦାନ କରଛନ୍ତି।

ଅଭିଯୋଗ ହୋଇଥିଲା ଯେ ଭିକେ ଶଶିକଳା ବେଙ୍ଗାଲୁରୁର ପରପ୍ପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା କାଳରେ ଭିଆଇପି ସୁବିଧା ପାଉଥିଲେ ଯେତେବେଳେକି ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ପୂର୍ବତନ ଡିଆଇଜି (କାରାଗାର) ଡି ରୂପା ମଧ୍ୟ ଅଭିଯୋଗ କରିଥିଲେ ଯେ କାରାଗାର ମଧ୍ୟରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ ପାଇଁ ଜେଲ ଅଧିକାରୀ ଏବଂ ଶଶିକଳାଙ୍କ ମଧ୍ୟରେ ୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା।

୨୦୧୮ରେ, କର୍ଣ୍ଣାଟକ ସରକାର ଶଶିକଳାଙ୍କୁ କାରାଗାର ମଧ୍ୟରେ ଦିଆଯାଇଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତରେ ବେଙ୍ଗାଲୁରୁ କେନ୍ଦ୍ରୀୟ କାରାଗାରର ବରିଷ୍ଠ ଅଧିକାରୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଚେଷ୍ଟା କରା ଯାଇଥିଲା। ତେବେ, ଶୁକ୍ରବାର ଦିନ ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ ଭିକେ ଶଶିକଳା ଏବଂ ତାଙ୍କ ଭାଉଜ ଇଲାଭାରାସିଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରଛନ୍ତି।

ସମ୍ବନ୍ଧିତ ଖବର