ଦକ୍ଷତାର ସହ ଗୃହ ପରିଚାଳନା କଲେ ସସ୍ମିତ

ନୂଆଦିଲ୍ଲୀ : ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଆଜି ରାଜ୍ୟସଭାରେ ଆଉ ଏକ ସଫଳତା ମିଳିଛି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସେ ଅପରାହ୍ଣ ୨ ଟାରୁ ୩.୧୫ ପର୍ଯ୍ୟନ୍ତ ରାଜ୍ୟସଭାକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ଏହି ସମୟରେ ଗୃହରେ ବିରୋଧୀଙ୍କ ଦ୍ବାରା ପ୍ରବଳ ହଟ୍ଟଗୋଳ ଜାରି ରହିଥିଲା। ତାଙ୍କ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଟ୍ରିବ୍ୟୁନାଲ୍‌ ସଂସ୍କାର ବିଲ୍‌ ଗୃହରେ ଆଲୋଚନା ହେବା ସହିତ ବାଚନିକ ଭୋଟରେ ଗୃହୀତ ହୋଇଥିଲା।

ଟ୍ରିବ୍ୟୁନାଲ୍‌ ସଂସ୍କାର ବିଲ୍‌କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ପାରିତ ହୋଇଥିବା ଟ୍ରିବ୍ୟୁନାଲ୍‌ ସଂସ୍କାର (ରାସନାଇଲେଜସନ୍‌ ଆଣ୍ଡ୍‌ କଣ୍ଡିସେନ୍ସ) ବିଲ୍‌ -୨୦୨୧କୁ ବିଜେଡି ସମର୍ଥନ କରିଛି। ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ସୁଜିତ କୁମାର।

ଆଲୋଚନାରେ ଭାଗ ନେଇ ଶ୍ରୀ କୁମାର କହିଲେ, ଦୀର୍ଘ ବର୍ଷରୁ ଟ୍ରିବ୍ୟୁନ‌ାଲ୍‌ ବ୍ୟବସ୍ଥ‌ାରେ ସଂସ୍କାର ଆଣିବାର ଆବଶ୍ୟକତା ଥିଲା। ଟ୍ରିବ୍ୟୁନାଲ୍‌ ଉପରେ କାର୍ଯ୍ୟପାଳିକାର ଆଧିପତ୍ୟ ରହୁଥିବାରୁ ସେ ଏହାକୁ ଚିନ୍ତାର ବିଷୟ ବୋଲି କହିଥିଲେ। ହାଇକୋର୍ଟମାନଙ୍କରେ ବିଚାରାଧୀନ ମାମଲା ବୃଦ୍ଧି ପାଉଥିବା ନେଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ। ବିଲ୍‌ଟି ବାଚନିକ ଭୋଟରେ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର