ନୂଆଦିଲ୍ଲୀ : ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟ ସଭାରେ ଆଜି ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁଙ୍କଠାରୁ ପ୍ରଶଂସା ପାଇଛନ୍ତି। ଶ୍ରୀ ପାତ୍ର ସ୍ବତନ୍ତ୍ର ପ୍ରତିବେଦନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ଉପରାଷ୍ଟ୍ରପତି କହିଥିଲେ ପ୍ରଥମ ପ୍ରସ୍ତାବ, ଭଲ ଏବଂ ସର୍ବୋତ୍ତମ ପ୍ରସ୍ତାବ। ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ରହିଥିବା ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ୍ ବିଷୟରେ ଆଉ ଶୁଣିବାକୁ ମିଳୁନାହିଁ କିମ୍ବା ଆଲୋଚନା ହେଉନାହିଁ। ନିର୍ବାଚନ ପରେ ନୂଆ ସରକାର କ୍ଷମତାକୁ ଆସିବା ପରେ ମହିଳା ସଂରକ୍ଷଣ ବିଲ୍ର ଗୃହୀତ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଚଳିତ ଅଧିବେଶନରେ ଏହି ବିଲ୍ ଆଗତ ହୋଇନାହିଁବୋଲି ଶ୍ରୀ ପାତ୍ର କହିଥିଲେ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସରକ୍ଷଣ କରିଥିବାବେଳେ ଗତ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ କରିଥିଲେ। ଏଥିସହିତ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ସମର୍ଥନ ସଂଗ୍ରହ ଲାଗି ବିଜେଡିର ନେତାମାନେ ୨୨ଟି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିଥିଲେ ବୋଲି ଶ୍ରୀ ପାତ୍ର କହିଥିଲେ। କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ସେ ଗୃହରେ ଯୁକ୍ତି ବାଢ଼ିଥିଲେ।
ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ସସ୍ମିତ ପାତ୍ର
ଉପରାଷ୍ଟ୍ରପତିଙ୍କ ପ୍ରଶଂସା ସାଉଁଟିଲେ
/sambad/media/post_attachments/wp-content/uploads/2019/07/sas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)