ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ରୂପେ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି। ସସ୍ମିତଙ୍କ ସମେତ ରାଜ୍ୟସଭାର ଆଉ ୫ ଜଣ ସଦସ୍ୟ ମଧ୍ୟ ଏହି କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିରେ ଲୋକସଭାରୁ ୧୦ ଜଣ ଓ ରାଜ୍ୟ ସଭାରୁ ୫ ଜଣ ସାଂସଦ ସଦସ୍ୟ ରୂପେ ରହିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ଏହି କମିଟିର ଅଧ୍ୟକ୍ଷଙ୍କ ଚୟନ କରାଯାଇନାହିଁ। ଅପରପକ୍ଷେ ରାଜ୍ୟସଭାର ମନୋନୀତ ସଦସ୍ୟା ସୋନାଲ ମାନସିଂହଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ର କେନ୍ଦ୍ରୀୟ ଉପଦେଷ୍ଟା କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର