‘ଆବାସ ପ୍ଲସ୍‌ ପୋର୍ଟାଲ୍‌’ ଖୋଲିବା ପାଇଁ ସସ୍ମିତଙ୍କ ଦାବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୬ ଲକ୍ଷ ଆବାସ ସାମିଲ କରିବା ପାଇଁ ‘ଆବାସ ପ୍ଲସ୍‌ ପୋର୍ଟାଲ୍‌’ ଖୋଲିବା ପାଇଁ ରାଜ୍ୟସଭାରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି। ସସ୍ମିତ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ, ଏହି ଯୋଜନାରେ ‘ଆବାସ ପ୍ଲସ୍‌ ପୋର୍ଟାଲ୍‌’ ବର୍ତ୍ତମାନ ସୁଦ୍ଧା ଖୋଲାଯାଇନାହିଁ। ଯଦିବା ଏହି ପ୍ରସଙ୍ଗ‌ରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଫନି ବାତ୍ୟାରେ ପ୍ରଭାବିତ ହୋଇନଥିବା ଜିଲ୍ଲାର ୬ ଲକ୍ଷ ଚିହ୍ନଟ ଯୋଗ୍ୟ ପରିବାରକୁ ଯୋଜନାରେ ଆବାସ ଯୋଗାଇଦେବା ପାଇଁ ଜୁଲାଇ ୫, ୨୦୨୧ରେ ପତ୍ର ଲେଖିସାରିଛନ୍ତି।

ଗ୍ରାମୀଣ ମନ୍ତ୍ରାଳୟ ଗୋଟିଏ ମାସ ପର୍ଯ୍ୟନ୍ତ ‘ଆବାସ ପ୍ଲସ୍‌ ଆପ୍‌’ ଖୋଲିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ‘ଆବାସ ପ୍ଲସ୍‌ ଆପ୍’ ପୋର୍ଟାଲ୍‌ ଗୋଟିଏ ମାସ ପର୍ଯ୍ୟନ୍ତ ଖୋଲାଗଲେ ପଶ୍ଚିମ ଓଡ଼ିଶା, କେବିକେ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ୬ ଲକ୍ଷ ପରିବାରକୁ ଯୋଜନାରେ ଆବାସ ଯୋଗାଇ ଦେବା ସୁନିଶ୍ଚିତ କରାଯାଇପାରିବ ଓ ଡାଟାଗୁଡ଼ିକୁ ସାମିଲ କରାଯାଇପାରିବ ବୋଲି ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଲେ, ପୋର୍ଟାଲ ଖୋଲା ଯାଇନଥିବାରୁ ତଥ୍ୟ ଏ ଯାଏ ଅପଲୋଡ୍‌ ହୋଇପାରିନାହିଁ।

ସମ୍ବନ୍ଧିତ ଖବର