ନୂଆଦିଲ୍ଲୀ : ଭାରତରେ ଖୁବ୍ଶୀଘ୍ର ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେବାକୁ ଯାଉଛି। ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଦୌଡ଼ରେ ଅନେକ ବିଦେଶୀ କମ୍ପାନି ମଧ୍ୟ ଅଛନ୍ତି, ଯେପରିକି ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍, ଆମାଜନ କୁଇପର ଏବଂ ୟୁଟେଲସାଟର ୱାନୱେବ୍, ଯେଉଁଥିରେ ଏୟାରଟେଲର ସହଭାଗିତା ରହିଛି। ସାଟେଲାଇଟ୍ ସେବା ଆରମ୍ଭ କରିବା ପୂର୍ବରୁ ସରକାର ବିଭିନ୍ନ ପ୍ରସ୍ତୁତି କରିଛନ୍ତି। ବିଶେଷକରି ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି, କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି ।
ସରକାର ଭାରତରେ ସାଟେଲାଇଟ୍ ସେବା ମନିଟରିଂ ପାଇଁ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୯୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଏହା ମାଧ୍ୟମରେ ଭାରତୀୟ ସୀମା ମଧ୍ୟରେ ଉପସ୍ଥିତ ଦେଶୀ ଏବଂ ବିଦେଶୀ ଉପଗ୍ରହ ଉପରେ ନଜର ରଖାଯିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ଭାରତରେ ସାଟେଲାଇଟ୍ ସେବା ମନିଟରିଂ ପାଇଁ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୯୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଏହା ମାଧ୍ୟମରେ ଭାରତୀୟ ସୀମା ମଧ୍ୟରେ ଉପସ୍ଥିତ ଦେଶୀ ଏବଂ ବିଦେଶୀ ଉପଗ୍ରହ ଉପରେ ନଜର ରଖାଯିବ। ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଏହି ସୁବିଧା ସ୍ଥାପନ କରାଯିବ।
ରିପୋର୍ଟ ଅନୁଯାୟୀ, ସରକାର ନୂତନ ଟେଲିକମ୍ ନୀତିରେ ଏଥିପାଇଁ ବ୍ୟବସ୍ଥା କରିବେ ଯାହା ଦ୍ୱାରା ଆଗାମୀ ୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇପାରିବ। ଏହି ବିଷୟ ସହିତ ଜଡିତ ଜଣେ ଅଧିକାରୀଙ୍କ ଅନୁଯାୟୀ, ଏଥିପାଇଁ ଏକ ଡିଜିଟାଲ୍ ଯୋଗାଯୋଗ କମିଶନ (ଡିସିସି) ଗଠନ କରାଯିବ, ଯେଉଁଥିରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ପ୍ୟାନେଲ୍ ଗଠନ କରାଯିବ। ଏଥିପାଇଁ ଦୂରସଂଚାର ବିଭାଗ (ଡିଓଟି) ପୂର୍ବରୁ ମଞ୍ଜୁରୀ ଦେଇସାରିଛି ଏବଂ ଏହି ସୁବିଧା ପାଇଁ ୯୩୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି।
Follow Us