ଧରାଲି: ଉତ୍ତରକାଶୀରେ ଦୁଇ ଦିନ ତଳେ ଆସିଥିବା ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ଧରାଲି ଗ୍ରାମ ଓ ଆଖପାଖ ଅଂଚଳର ଶତାଧିକ କୋଠା ଓ ରାସ୍ତାଘାଟ ନିଶ୍ଚିହ୍ନ ହୋଇଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଗ୍ଲେସିୟର ଭୁଶୁଡ଼ିବା ସମ୍ଭାବନାକୁ ଅନୁଧ୍ୟାନ କରୁଛନ୍ତି ଏବଂ କ୍ଷୟକ୍ଷତି ଅତି ଭୀଷଣ ବୋଲି ଆକଳନ କରାଯାଇଛି। ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ସ୍ୟାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ ଉତ୍ତରାଖଣ୍ଡର ଉପର ମୁଣ୍ଡର ବନ୍ୟା ଯୋଗୁଁ ଆବର୍ଜନାର ବିଶାଳ ପାହାଡ଼ ସୃଷ୍ଟି ହୋଇଛି ଏବଂ ଏକ ବିରାଟ ଅଂଚଳ ଆବର୍ଜନାରେ ଭରିଯାଇଛି। ଭାଗୀରଥି ଏବଂ କ୍ଷୀର ଗଙ୍ଗା ନଦୀର ଏକ ବଡ଼ ଅଂଶ ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ କୋଠା ଓ ରାସ୍ତାଘାଟ ସବୁକିଛି ଆବର୍ଜନାରେ ପୋତି ହୋଇଯାଇଛି।
ଉପଗ୍ରହ ଛବି: ଶତାଧିକ କୋଠା ଓ ରାସ୍ତାଘାଟ ନିଶ୍ଚିହ୍ନ
ଉତ୍ତରକାଶୀରେ ଦୁଇ ଦିନ ତଳେ ଆସିଥିବା ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ଧରାଲି ଗ୍ରାମ ଓ ଆଖପାଖ ଅଂଚଳର ଶତାଧିକ କୋଠା ଓ ରାସ୍ତାଘାଟ ନିଶ୍ଚିହ୍ନ ହୋଇଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଶେଷଜ୍ଞମାନେ କହିଛନ୍ତି ଯେ...
/sambad/media/media_files/2025/08/08/untitled-4-2025-08-08-06-22-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)