ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ କେତେ କ୍ଷତି କରିଛି ଭାରତ ? ଭାରତର ଏୟାର ଷ୍ଟ୍ରାଇକରେ କେତେ ପ୍ରଭାବିତ ହୋଇଛି ପାକିସ୍ତାନ ଏୟାରବେସ୍ ? ଅପରେସନ ସିନ୍ଦୂର ପାକିସ୍ତାନକୁ ଧ୍ବଂସ କେତେ ପରିମାଣରେ କରିଛି ? ତାର ଚିତ୍ର ଧିରେ ଧିରେ ସାମ୍ନାକୁ ଆସୁଛି । ଭାରତର ଜବାବୀ ଆକ୍ରମଣରେ ପାକିସ୍ତାନ ଅନେକ କ୍ଷତି ସହିଥିବା କୁହାଯାଉଥିବା ବେଳେ ଯଦିଓ ଏହାକୁ ମାନୁନି ପାକିସ୍ତାନ କିନ୍ତୁ ୟାରି ଭିତରେ ପାକିସ୍ତାନର ଧ୍ବଂସର ସତ ଦେଖାଇଛି ସାଟେଲାଇଟ୍ ।
ଭାରତର ଏୟାର ଷ୍ଟ୍ରାଇକରେ ଧ୍ବଂସ ହୋଇଯାଇଛି ପାକିସ୍ତାନର ଏୟାରବେସ୍ । ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଛି ଏୟାରବେସ୍ ଧ୍ବଂସର ସତ । ମାକ୍ସର ପକ୍ଷରୁ ଏହି ସାଟେଲାଇଟ୍ ଦୃଶ୍ୟ ଜାରି କରାଯାଇଛି । ଏଥିରେ ଏୟାର ଷ୍ଟ୍ରାଇକ୍ ପୂର୍ବର ପାକିସ୍ତାନ ଏୟାର ବେସ୍ ଓ ପରର ଦୃଶ୍ୟ ଦେଖିବାକୁ ମିଳିଛି । ଛାରଖାର ହୋଇଯାଇଛି ସୁକୁର, ନୂରଖାନ୍, ସରଗୋଧା, ଭୋଲାରୀ ଓ ଜାକୋବାବାଦର ଏୟାର ବେସ୍ । ଗତ ୧୦ ତାରିଖରେ ସୁକର ଓ ନୂରଖାନ୍ ଏୟାରବେସକୁ ଟାର୍ଗେଟ୍ କରାଯାଇଥିଲା । ସେହିପରି ସରଗୋଧା, ଭୋଲାରୀ ଓ ଜାକୋବାବାଦ୍ ଏୟାରବେସ୍ ଉପରେ ମେ’ ୧୧ ତାରିଖରେ ଆକ୍ରମଣ ହୋଇଥିଲା । ଯାହାର ଛାରଖାରର ଚିତ୍ର ଏବେ ସାମ୍ନାକୁ ଆସିଛି ।
ସେପଟେ ଗତକାଲି କ୍ଷୟକ୍ଷତି ନେଇ ମାନିଥିଲା ପାକିସ୍ତାନ । ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ଧ୍ବଂସ କରିଥିବା ନେଇ ବାରମ୍ବାର ଦାବି କରୁଥିଲେ ବି ଏକଥାକୁ ମାନିବାକୁ ନାରାଜ ଥିଲା ପାକିସ୍ତାନ । ଭାରତ ପ୍ରମାଣ ଦେବା ପରେ ବି ପାକିସ୍ତାନ ନମାନି ଓଲଟା ଭାରତର ବଡ଼ କ୍ଷତି ସେ କରିଥିବା କହୁଥିଲା ମାତ୍ର ସତ ସବୁଦିନ ଲୁଚି ରହେନା, ଶେଷରେ ସତ ମାନିଲା ସୈତାନ ପାକିସ୍ତାନ । ଯେ ଭାରତର ଆକ୍ରମଣରେ ୧୧ ପାକିସ୍ତାନୀ ସେନା ମରିଥିବା ବେଳେ ୮୦ ପାଖାପାଖି ଗୁରୁତର ଅଛନ୍ତି । ଆଉ ଏୟାର ବେସ୍ ମଧ୍ୟ ଧ୍ବଂସ୍ ହୋଇଛି । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ୧୧ ଟି ଏୟାରବେସ୍ ମଧ୍ୟ ମାଟିରେ ମିଶିଯାଇଛି । ମୃତ ଯବାନମାନଙ୍କ ମଧ୍ୟରୁ ୫ ଜଣ ବାୟୁସେନାର ବୋଲି ପାକିସ୍ତାନ ତରଫରୁ କୁହାଯାଇଛି ।