ଭାରତ ଓ ରୁଷିଆର ଉପଗ୍ରହ ବିପଜ୍ଜନକ ଭାବେ ନିକଟତର

ନୂଆଦିଲ୍ଲୀ : ମହାକାଶରେ ଆଜି ଭାରତ ଓ ରୁଷିଆର ଦୁଇଟି ଉପଗ୍ରହ ବିପଜ୍ଜନକ ଭାବେ ନିକଟତର ହୋଇଛନ୍ତି। ଭାରତର କର୍ଟୋସାଟ୍‌ ୨ଏଫ୍‌ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ୍‌-ଭି) ପରସ୍ପରର ଖୁବ୍‌ ନିକଟକୁ ଆସିଯାଇଛନ୍ତି। ରୁଷିଆ ମହାକାଶ ଗବେଷଣା ସଂସ୍ଥା‌ ପକ୍ଷରୁ କୁହାଯାଇଛି, ଉଭୟ ଉପଗ୍ରହ ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି।

ତେବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଉଭୟ ଉପଗ୍ରହ ମଧ୍ୟରେ ଦୂରତା ୪୨୦ ମିଟର ରହିଛି। ଭାରତର ଗୁଇନ୍ଦା ଉପଗ୍ରହ କାର୍ଟେସାଟ୍‌ ୨ଏଫ୍‌ ଉପଗ୍ରହର ଓଜନ ୭୦୦ କିଲୋଗ୍ରାମ୍‌। ଯେତେବେଳେ ଏହି ଦୁଇ ଉପଗ୍ରହ ମଧ୍ୟରେ ବ୍ୟବଧାନ ୧୫୦ ମିଟରରୁ କମ୍‌ ରହିବ ସେତେବେଳେ ଏହାର ଗତି ବଦଳାଇବା ପାଇଁ କିଛି କୌଶଳ ଅବଲମ୍ବନ କରାଯାଇପାରିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର