୧୬ ବର୍ଷ ତଳେ ସତୀ ପ୍ରଥା ଯୋଗୁଁ କଳଙ୍କ ମୁଣ୍ଡାଇଥିିବା ଗାଁ ଗତ ୪ ବର୍ଷରେ ୨୪  ବିଧବାଙ୍କ ପୁର୍ନବିବାହ କରାଇ କଳଙ୍କ ପୋଛୁଛି

ପାନ୍ନା(ମଧ୍ରପ୍ରଦେଶ): ୨୦୦୨ ମସିହା ଅଗଷ୍ଟ ୬ ତାରିଖ ସ୍ୱାଧୀନ ଭାରତ ଇତିହାସରେ ଏକ କଳଙ୍କିତ ଅଧ୍ୟାୟର ମୁକସାକ୍ଷୀ। ଏହି ଦିନ ମଧ୍ୟପ୍ରଦେଶର ପାନ୍ନ ଜିଲ୍ଲାର ପାଟନା ଟମୋଲା ଗାଁର  ଜଣେ ୮୭ ବର୍ଷୀୟା ମହିଳା ତାଙ୍କ ୯୦ ବର୍ଷୀୟ ସ୍ୱାମୀଙ୍କ ମୃତ୍ୟୁ ପରେ  ତାଙ୍କରି ଚିତାରେ  ଆତ୍ମଦାହ କରି ସତୀ ହୋଇଥିଲେ।ଏହା ଥିଲା ଭାରତ ଇତିହାସର ଶେଷ ‘ସତୀ’ ଘଟଣା।। ଏହି ଘୃଣ୍ୟ ପ୍ରଥା ପୁର୍ନଜୀବିତ ହୋଇଥିିବା  ନେଇ ସମଗ୍ର ଦେଶ  ଏପରିକି ଆନ୍ତର୍ଜାତିକସ୍ତରରେ ମଧ୍ୟ ଝଡ଼ ସୃଷ୍ଠି କରିଥିଲା।  ଏହି ମାମଳାରେ  ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିିତ କରାଯାଇଛି। ତେବେ ପାଟନା ଟମୋଲା ଗାଁର ଚରିତ୍ରରେ ଲାଗିଥିବା ଏହି କଳଙ୍କର ଦାଗକୁ ହଟାଇବା ପାଇଁ ଏବେ ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି। ଘଟଣାର ୧୬ ବର୍ଷ ମଧ୍ୟରେ ପରିସ୍ଥିତି  ଭିନ୍ନ ମୋଡ଼ ନେଇଛି। ଯେଉଁ ଗାଁ ଦିନେ ସତୀପ୍ରଥାର କଳଙ୍କର ଟିକା ନେଇ ବଦନାମ ହୋଇଥିଲା, ସେହି ଗାଁ ଗତ ୪ ବର୍ଷ ମଧ୍ୟରେ ୨୪ରୁ ଊର୍ଧ୍ୱ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପୁର୍ନବିବାହ କରାଇ ନିଜ ପାପର ପ୍ରାୟଶ୍ଚିତ କରିବା ସହିତ  କଳଙ୍କର ଦାଗକୁ ହଟାଇବାର ସକ୍ଷମ ହୋଇଛିି।

ସୂଚନାଯୋଗ୍ୟ ଯେ,୨୦୦୨ ମସିହା ଅଗଷ୍ଟ ୨ ତାରିଖରେ  ପାଟନା ଟମୋଲା ଗାଁର କୁଟ୍ଟୁ ବାଇ(୮୭ ବର୍ଷ) ନିଜ ସ୍ୱାମୀଙ୍କ ଚିତାରେ ଜଳି ଯାଇଥିିଲେ। ଏପରି କାର୍ଯ୍ୟ ପାଇଁ କୁଟ୍ଟୁ ବାଇଙ୍କୁ ବାଧ୍ୟ କରାଯାଇଥିିବା  ଅଭିଯୋଗ ହୋଇଥିବା ବେଳେ  ଅନ୍ୟ କେତେକ ସ୍ୱଇଛାରେ କୁଟ୍ଟୁ ବାଇ ସତୀ ହୋଇଥିବା  କହିଥିଲେ। ତେବେ ଏ ନେଇ ୧୯୯୮୭ ସତି ପ୍ରଥା ଉଛେଦ ଆଇନ ଅନୁଯାୟୀ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଗ୍ରାମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅନୁଦାନ ବନ୍ଦ କରି ଦିଆଯାଇଥିଲା।

ତେବେ ଜାତୀୟ ଓ ଆର୍ନ୍ତଜାକତିକ ସ୍ତରରେଏହି ସତୀ ଘଟଣା ପାଇଁ ବଦନାମ ହୋଇଥିିବା ଗାଁର ଯୁବଗୋଷ୍ଠୀ  ଏହି କଳଙ୍କିତ ଅଧ୍ୟାୟକୁ ମନରୁ ପୋଛି ଦେବା ପାଇଁ ଅଣ୍ଟା ଭିଡିଥିଲେ। ଏ ଦିଗରେ ପ୍ରଥମେ  ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି କମ୍‌ ବୟସରେ ବିଧବା ହେଉଥିବା  ମହିଳାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଗାଁରେ ଯୋଗାଡ଼ କରି ତାଙ୍କୁ ବିବାହ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗାଁର ସ୍ୱେଛାସେବୀ ଯୁବକମାନେ।ଏଥିପାଇଁ ସମ୍ପୃକ୍ତ ବିଧବା / ସ୍ୱାମୀ ପରିତ୍ୟକ୍ତା  ଓ ତାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରି ସ୍ୱେଛାସେବୀମାନେ ସଫଳ ହୋଇଛନ୍ତି।ଏ ସମ୍ପର୍କରେ ସମାଜସେବୀ ରାମଦିନ ଚୌରାସିଆ କୁହନ୍ତି,  ୨୦୦୨ ମସିହା ଅଗଷ୍ଟ ୬ ତାରିଖ ଘଟଣା ସମ୍ପର୍କରେ ସେମାନଙ୍କ ପିଲାମାନେ ଗୁଗୁଲରୁ ସୂଚନା ପାଉଥିବା କହିବା ପରେ ଲଜ୍ୟାରେ ମୁଣ୍ଡ ତଳକୁ ହୋଇଯାଇଥିଲା।

ଗାଁର ପତି ପରିବାରରେ କେହି ନା କେହି ସରକାରୀ ଚାକିରିଆ ଅଛନ୍ତି। ସେହିପରି ଡାକ୍ତର, ଇଞ୍ଜିନିୟର ଥିବା ସତ୍ତ୍ୱେ ଏହି ସତୀ ଘଟଣା ଆମକୁ ନିନ୍ଦିତ ଓ ବଦନାମ କରିଛି। ତେଣୁ ଏହାର ପ୍ରାୟଶ୍ଚିତ ପାଇଁ ଆମେ ଅଣ୍ଟା ଭିଡ଼ିଛୁ। ଇତିମଧ୍ୟରେ ଆମେ ୨୪ରୁ ଊର୍ଧ୍ୱ ମହିଳାଙ୍କର  ପୁର୍ନବିବାହ କରାଇ ସାରିଛୁ। ଏହି ଯାଜନାରେ ଶେଷ ହିିତାଧୀକାରିଣୀ ହେଉଛନ୍ତି ୨୧ ବର୍ଷୀୟା ପିଙ୍କି ନାମଦେବ। ପିଙ୍କିଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେବା ପରେ ତାଙ୍କ  ସହମତି ଓ ପରିବାରର ଇଛା ଅନୁଯାୟୀ, ତାଙ୍କ ପାଇଁ ଉପଯୁକ୍ତ ବରପାତ୍ର ଯୋଗାଡ଼ କରାଯାଇ ତାଙ୍କୁ ପୁର୍ନବିବାହ ଦିଆଯାଇଛି। ଆଗାମୀ ଦିନରେ ଏହିପରି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଚୌରାସିଆ କହିଛନ୍ତି।

ସମ୍ବନ୍ଧିତ ଖବର