‘ରାଜନୀତି ନୁହେଁ; ଶାରଦା ଚିଟ୍‌ଫଣ୍ଡ ମାମଲାରେ ରାଜୀବ କୁମାରଙ୍କ ବିରୋଧରେ କ’ଣ ପ୍ରମାଣ ପାଇଛ ଦେଖାଅ’: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାର କିପରି ଭାବେ ସଂପୃକ୍ତ ଏବଂ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କି ପ୍ରମାଣ ରହିଛି ତାହା ଆମକୁ ଦେଖାଅ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆଜି କହିଛନ୍ତି ସୁପ୍ରିମ୍‌ କୋର୍ଟ। ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ରାଜୀବ କୁମାରଙ୍କ ସଂପୃକ୍ତ ଓ ପ୍ରମାଣ ନଷ୍ଟ କରିବା ପାଇଁ ସେ ଉଦ୍ୟମ କରିଥିଲେ ବୋଲି ତାଙ୍କ କମ୍ପ୍ୟୁଟରରୁ ପ୍ରମାଣ ପାଇଥିଲ ବୋଲି କହୁଥିଲ। ସେ ସବୁ ପ୍ରମାଣ ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ।

News18

ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ହାଜତକୁ ନେଇ ଜେରା କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁମତି ମାଗି ସିବିଆଇ କରିଥିବା ଆବେଦନର ଶୁଣାଣି କରି ସୁପ୍ରମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏପରି କହିଛନ୍ତି। ଏଥିସହ ବେଶ ଶାଣିତ ଭାବେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ‘ରାଜୀବ କୁମାରଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କି ପ୍ରମାଣ ପାଇଛ, ଆଗ ତାହା ଆମକୁ ଦେଖାଅ। ଆମକୁ ଆଗ ତୁମ ପ୍ରମାଣରେ ସନ୍ତୁଷ୍ଟ କର। କାରଣ, ଏଠି ରାଜନୀତି ନୁହେଁ; ତଦନ୍ତ ଓ ବିଚାର ପାଇଁ ଏସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’।

ସମ୍ବନ୍ଧିତ ଖବର