ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ଏଥିରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ନିର୍ବାଚନ ମଣ୍ଡଳୀରେ ୯୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ମତଦାନ ହୋଇଛି। ଏହି ପରିପ୍ରେକ୍ଷୀରେ ୧୦ଟି ସଟ୍ଟା ବଜାରର ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିଜୟକୁ ସୂଚିତ କରୁଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ପୂର୍ବାନୁମାନ କରିଛି।

Advertisment

ଫାଲୋଡି ସଟ୍ଟା ବଜାର
ଫାଲୋଡି ସଟ୍ଟା ବଜାରରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ମିଶାଇ ଏନ୍‌ଡିଏକୁ ୨୫୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ସମଗ୍ର ଦେଶରେ ଇଣ୍ଡିମେଣ୍ଟର ମୋଟ ଆସନ ସଂଖ୍ୟା ୨୪୬ ହେବ ବୋଲି କୁହାଯାଇଛି। ବିଜେପିକୁ ୨୦୯ ଓ କଂଗ୍ରେସକୁ ୧୧୭ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି।

ପାଲନପୁର ସଟ୍ଟା ବଜାର
ପଲାନପୁର ସଟ୍ଟା ବଜାରର ପୂର୍ବାନୁମାନ ଅନୁଯାୟୀ ଏନ୍‌ଡିଏକୁ ୨୪୭ଟି ଓ ଇଣ୍ଡିମେଣ୍ଟକୁ ୨୨୫ଟି ଆସନ ମିଳିବ। ଏଥି ସହ ବିଜେପିକୁ ୨୧୬ ଓ କଂଗ୍ରେସକୁ ୧୧୨ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି।

କର୍ଣ୍ଣଲ ସଟ୍ଟା ବଜାର
କର୍ଣ୍ଣାଲ ସଟ୍ଟା ବଜାର ପୂର୍ବାନୁମାନରୁ ଜଣାପଡିଛି ଯେ ଏନ୍‌ଡିଏକୁ ୨୬୩ଟି ଓ ବିଜେପିକୁ ୨୩୫ଟି ଆସନ ମିଳିବ। ସମଗ୍ର ଦେଶରେ ଇଣ୍ଡିମେଣ୍ଟର ମୋଟ ଆସନ ସଂଖ୍ୟା ୨୩୧ ଥିବା ବେଳେ କଂଗ୍ରେସକୁ ୧୦୮ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି।

ବେଲଗାଓଁ ସଟ୍ଟା ବଜାର
ବେଲଗାଓଁ ସଟ୍ଟା ବଜାରରେ ଏନ୍‌ଡିଏକୁ ୨୬୫ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି ଇଣ୍ଡିମେଣ୍ଟର ଆସନ ସଂଖ୍ୟା ୨୩୦ ହେବ। ବିଜେପିକୁ ୨୨୩ଟି ଓ କଂଗ୍ରେସକୁ ୧୨୦ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

କୋଲକାତା ସଟ୍ଟା ବଜାର
କୋଲକାତା ସଟ୍ଟା ବଜାରର ପୂର୍ବାନୁମାନରୁ ଜଣାପଡିଛି ଯେ, ଏନ୍‌ଡିଏକୁ ୨୬୧ଟି ଓ ଇଣ୍ଡିମେଣ୍ଟକୁ ୨୨୮ଟି ଆସନ ମିଳିବ। ବିଜେପି ୨୧୮ଟି ଓ କଂଗ୍ରେସ ୧୨୮ଟି ଆସନ ପାଇବ ବୋଲି ଆକଳନ କରାଯାଇଛି।

ବିଜୟୱାଡ଼ା ସଟ୍ଟା ବଜାର
ବିଜୟୱାଡ଼ା ସଟ୍ଟା ବଜାରରେ ଏନ୍‌ଡିଏ ୨୫୧ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଥିବା ବେଳେ ଇଣ୍ଡିମେଣ୍ଟକୁ ମୋଟ ୨୩୭ଟି ଆସନ ମିଳିବ। ବିଜେପିକୁ ୨୨୪ଟି ଓ କଂଗ୍ରେସକୁ ୧୨୧ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଇନ୍ଦୋର ସରାଫା
ଇନ୍ଦୋର ସରାଫା ଆକଳନ କରିଛି ଯେ ଆଗାମୀ ଲୋକସଭା ନିର୍ବାଚନରେ ଏନ୍‌ଡିଏ ୨୮୩ଟି ଆସନ ସହ ସବୁଠାରୁ ଆଗରେ ରହିବ। ବିଜେପି ଆନୁମାନିକ ୨୬୦ଟି ଆସନରେ ଆଧିପତ୍ୟ ବଜାୟ ରଖିବ। ସେପଟେ ଇଣ୍ଡିମେଣ୍ଟକୁ ୧୮୦ଟି ଆସନ ମିଳିବ ଓ କଂଗ୍ରେସ ୯୪ଟି ଆସନ ପାଇବ ବୋଲି ଆକଳନ କରାଯାଇଛି।

ଅହମଦାବାଦ ଚୋଖା ବଜାର
ଅହମଦାବାଦ ଚୋଖା ବଜାରରେ ଏନ୍‌ଡିଏକୁ ୨୭୦ଟି ଆସନ ମିଳିଥିବା ବେଳେ ବିଜେପି ନିଜର ଗଡ଼ ବଜାୟ ରଖିବ ଏବଂ ୨୪୧ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ଇଣ୍ଡିମେଣ୍ଟ ହାତରେ ୧୯୩ଟି ଆସନ ରହିବ ଓ କଂଗ୍ରେସ ୧୦୪ଟି ଆସନ ହାସଲ କରିବ ବୋଲି ଆକଳନ କରାଯାଇଛି, ଯାହା ବର୍ତ୍ତମାନର ଶାସକ ମେଣ୍ଟ ଶାସନ ଜାରି ରଖିବାକୁ ସୂଚାଉଛି।

ସୁରତ ମାଘୋବି
ସୁରତ ମାଘୋବିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆକଳନ ସୂଚାଉଛି ଯେ ଏନ୍‌ଡିଏ ୨୮୨ଟି ଆସନରେ ବିଜୟୀ ହେବ ଓ ବିଜେପି ୨୪୭ଟି ଆସନ ପାଇବ। ଇଣ୍ଡିମେଣ୍ଟକୁ ୧୮୬ଟି ଆସନ ମିଳିବ ଓ କଂଗ୍ରେସ ୯୬ଟି ଆସନ ପାଇବ।

ବୋହରି ସଟ୍ଟା ବଜାର
ବୋହରି ସଟ୍ଟା ବଜାର ଆକଳନ କରିଛି ଯେ, ଏନ୍‌ଡିଏକୁ ୨୫୫ ଆସନ ଏବଂ ଇଣ୍ଡିମେଣ୍ଟକୁ ୨୧୨ ମିଳିବ। ବିଜେପିକୁ ୨୨୭ ଓ କଂଗ୍ରେସକୁ ୧୧୫ ଆସନ ମିଳିବ। ସମସ୍ତ ୧୦ଟି ପ୍ରମୁଖ ସଟ୍ଟା ବଜାର କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି ବୋଲି ସଙ୍କେତ ଦେଇଛନ୍ତି। କେହି କେହି ଭାବୁଛନ୍ତି ଉଭୟ ଦଳ ପାଖରେ ଭଲ ସୁଯୋଗ ରହିଛି। ତେବେ ଫଳାଫଳ ଘୋଷଣା ଜୁନ୍ ୪ ତାରିଖରେ ହେବା ପରେ ଏ ପୂର୍ବାନୁମାନ କେତେ ସତ ଜଣାପଡ଼ିବ।