ନୂଆଦିଲ୍ଲୀ: ବେଆଇନ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କଦ୍ବାରା ଉପାର୍ଜିତ ‘ହାୱଲା ଟଙ୍କା’କୁ କଂଗ୍ରେସ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି ବୋଲି ଆଜି ‘ବିଜେପି’ ଅଭିଯୋଗ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା କି, ସେମାନେ ଗୋଟାଏ ‘ୱେବ୍‌’ ବେନାମି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଠାବ କରିଛନ୍ତି। ରାଜ୍ୟ ନିର୍ବାଚନ ପାଇଁ କୌଣସି ଜଣେ ‘ବଘେଲ୍‌’ଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ସ୍ବୀକାରୋକ୍ତି ମଧ୍ୟ ସେମାନେ ପାଇଛନ୍ତି।

ଏହି ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀରେ ‘ବିଜେପି’ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି, ଆମ ନିର୍ବାଚନ ଇତିହାସରେ ପୂର୍ବରୁ ଏଭଳି ପ୍ରମାଣ ମିଳି ନ ଥିଲା। ଜନସାଧାରଣଙ୍କ ସମର୍ଥନ ବଳରେ ନୁହେଁ, ‘ହାୱଲା’ ଓ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କ ସହଯୋଗରେ ବଘେଲ୍‌ ନିର୍ବାଚନ ଲଢୁଛନ୍ତି।

publive-image Image Courtesy of The Economic Times

ଉଲ୍ଲେଖଯୋଗ୍ୟ, ଦୁବାଇସ୍ଥିତ ‘ବେଟିଙ୍ଗ୍‌ ପ୍ଲାଟ୍‌ଫର୍ମ’ ‘ମହାଦେବ ଆପ୍‌’କୁ ଉଦ୍ଦେଶ୍ୟ କରି ଏକଥା କୁହାଯାଉଛି। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ପ୍ରବର୍ତ୍ତନ ନିର୍ଦେଶାଳୟ କେତେକ ବଲିଉଡ୍‌ ଅଭିନେତାଙ୍କୁ  ଅଳ୍ପ ଦିନ ପୂର୍ବେ ଜେରା କରିଛି।

ବଘେଲ୍‌ଙ୍କୁ ବିଦ୍ରୂପ କରି ଇରାନୀ କହିଛନ୍ତି, କ୍ଷମତାରେ ରହି ‘ଜୁଆ’ ଖେଳ ଖେଳୁଛନ୍ତି।

publive-image Image Courtesy of India Today

ସେହିପରି, ରାଜ୍ୟରେ ନଭେମ୍ବର ୭ ଓ ୧୭ ତାରିଖର ହେବାକୁ ଥିବା ନିର୍ବାଚନ ପୂର୍ବରୁ ତାଙ୍କୁ ‘ଟାର୍ଗେଟ୍‌’ କରିବା ଲାଗି କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକୁ ‘ବିଜେପି’ ‌ଉପଯୋଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ ବଘେଲ୍‌ ‘ବିଜେପି’ ଉପରେ ଦୋଷାରୋପ କରିଛନ୍ତି।

ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବଘେଲ୍‌ କହିଛନ୍ତି, ଏହାଠୁ ବଡ଼ ‘ଜୋକ୍‌’ ଆଉ କ’ଣ ଥାଇ ପାରେ? ମୁଁ ଜଣକୁ ଧରିପକାଇବି ଓ କହିବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ କହ। ପ୍ରବର୍ତ୍ତନ ନିର୍ଦେଶାଳୟ କ’ଣ ମୋଦୀଙ୍କୁ ଜେରା କରିବ? କାହାର ସୁଖ୍ୟାତି ନଷ୍ଟ କରିବା ଖୁବ୍‌ ସହଜ ହୋଇଗଲାଣି।