ନୂଆଦିଲ୍ଲୀ : ୧୯୮୮ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର୍ ବରିଷ୍ଠ ଓଡ଼ିଆ ଆଇପିଏସ୍ ଅଧିକାରୀ ତଥା ଏନ୍ଡିଆର୍ଏଫ୍ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି)ର ଡିଜି ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି। ଶ୍ରୀ ପ୍ରଧାନ ଆଜି ଏନ୍ସିବି ଡିଜି ରୂପେ କାର୍ଯ୍ୟ କରୁଥିବା ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ଠାରୁ ଏନ୍ସିବିର ଅତିରିକ୍ତ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ପ୍ରଧାନ ଉଭୟ ଏନ୍ଡିଆର୍ଏଫ୍ ଓ ଏନ୍ସିବିର ଡିଜି ରୂପେ ଗୁରୁ ଦାୟିତ୍ବ ତୁଲାଇବେ। ଗତ କିଛିବର୍ଷ ହେଲା ଏନ୍ଡିଆର୍ଏଫ୍ ଡିଜି ଭାବେ ଶ୍ରୀ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେବା ସହିତ ଫୋର୍ସକୁ ଅଗ୍ରଣୀ ଭୂମିକାରେ ପହଞ୍ଚାଇବାରେ ବେଶ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ, ଦେଶରେ ଏନ୍ସିବିର ସଂପ୍ରସାରଣ, କର୍ମଚାରୀମାନଙ୍କ ସଂଖ୍ୟା ବଢ଼ାଇବା ଓ ମିସନମୋଡ୍ରେ ଏନ୍ସିବିର ବିଭିନ୍ନ ଯୋଜନାକୁ ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ପ୍ରଧାନ ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସତ୍ୟନାରାୟଣଙ୍କୁ ଏନ୍ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ବ
/sambad/media/post_attachments/wp-content/uploads/2021/07/NDRF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)