ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ କୃଷକ ଆନ୍ଦୋଳନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟ ଅତୀତରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିଜେପିକୁ ସେ ଟାର୍ଗେଟ କରିଥିଲେ | ଆଉ ଆଜି ସେ ପୁଣି କହିଛନ୍ତି ଯେ, 'ଦିଲ୍ଲୀରେ ଥିବା ୨ ରୁ ୩ ଜଣଙ୍କ ଇଚ୍ଛା ବିରୁଦ୍ଧରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ରାଜ୍ୟପାଳ କରିଛନ୍ତି ଏବଂ ଯେତେବେଳେ କହିବେ ତୁରନ୍ତ ପଦ ଛାଡ଼ିଦେବି' । ମଲିକ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ୬୦୦ ଜଣ ସହିଦ ହୋଇଥିଲେ ବି ଲୋକସଭାରେ ଏହି ସଂକଳ୍ପ ପାରିତ ହୋଇନଥିଲା। କିନ୍ତୁ ଯେବେ ବି କୁକୁରଟିଏ ମରିଯାଏ, ଦିଲ୍ଲୀର ଏହି ନେତାମାନେ ସମବେଦନା ବାର୍ତ୍ତା ଦେଇଥାନ୍ତି ।
ଜୟପୁରରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲିକ କହିଛନ୍ତି ଯେ ଦେଶରେ ଏତେ ବଡ ଆନ୍ଦୋଳନ(କୃଷକଙ୍କ ଆନ୍ଦୋଳନ) ଆଜି ପର୍ଯ୍ୟନ୍ତ କେବେ ବି ଚାଲି ନଥିଲା, ଯେଉଁଥିରେ ୬୦୦ ଲୋକ ସହିଦ ହୋଇଥିଲେ। କିନ୍ତୁ ଦିଲ୍ଲୀରେ ଯଦି କୁକୁରଟିଏ ମରିଯାଏ, ତେବେ ଦିଲ୍ଲୀର ନେତା ସମବେଦନା ବାର୍ତ୍ତା ଦେଇଥାନ୍ତି | ସ୍ଥିତି ଏମିତି ଯେ, ୬୦୦ କୃଷକ ସହିଦ ହେବାପରେ ବି ଲୋକସଭାରେ କୃଷକଙ୍କ ପ୍ରସ୍ତାବ ପାରିତ ହୋଇନାହିଁ |
#WATCH | 600 people have died in this farm movement... Even when an animal dies, Delhi 'netas' express condolences, but they could not pass the proposal of 600 farmers in Lok Sabha..: Meghalaya Governor Satya Pal Malik, in Jaipur pic.twitter.com/Mz8RiaCScC
— ANI (@ANI) November 7, 2021
ମଲିକ କହିଛନ୍ତି ଯେ, 'ଏବେ କୃଷକଙ୍କ ପ୍ରସଙ୍ଗ ଚାଲିଛି, ଯଦି ମୁଁ କିଛି କହିବି ତାହା ବିବାଦୀୟ ହୋଇଯିବ | କିଛି ଗଣମାଧ୍ୟମ ଏଭଳି କରିଦିଅନ୍ତି ଯେ, ମୁଁ ଦୁଇ ସପ୍ତାହ ଯାଏଁ ଅପେକ୍ଷା କରିଥାଏ, ଦିଲ୍ଲୀରୁ କୌଣସି ଫୋନ ଆସିବ ନାହିଁ ତ ! ତେବେ ଜଣେ ରାଜ୍ୟପାଳଙ୍କୁ ହଟାଯାଇପାରିବ ନାହିଁ '| ସେହିପରି ସେ କଟାକ୍ଷ କରି କହିଛନ୍ତି ଯେ ମୋର ଯେଉଁ କିଛି ହିତାକାଂକ୍ଷୀ ଅଛନ୍ତି, ସେମାନେ ଫେସବୁକରେ ଲେଖନ୍ତି ଯେ କାହିଁକି ଇସ୍ତଫା ଦେଉନାହଁ | ମୁଁ କହିବାକୁ ଚାଁହୁଛି ଯେ ତାଙ୍କ ବାପା ମତେ ରାଜ୍ୟପାଳ କରିନାହାନ୍ତି |