ପୂର୍ବପୁରୁଷ ବାନର ନଥିଲେ: ସତ୍ୟପାଲ୍‌ ସିଂହ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସତ୍ୟପାଲ୍‌ ସିଂହ ଆଜି ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଡାରଓ୍ଵିନ୍‌ଙ୍କର ସିଦ୍ଧାନ୍ତକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ୍‌ ବୋଲି ଦାବି କରିଛନ୍ତି ସତ୍ୟପାଲ୍‌। ଜଣେ ବିଜ୍ଞାନ ଛାତ୍ର ଭାବେ ତାଙ୍କ ପୂର୍ବପୁରୁଷ ବାନର ଥିଲେ ବୋଲି ସେ କଦାପି ବିଶ୍ୱାସ କରିବେ ନାହିଁ ବୋଲି ସତ୍ୟପାଲ୍‌ କହିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ଅଯଥା ବିବାଦ ଓ ବିଭ୍ରାନ୍ତ ବଢ଼ାଉଛି ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର