ଅଦାଲତକୁ ଜଣାଇଲେ ସତ୍ୟେନ୍ଦ୍ର ଜୈନ, ଜେଲ୍‌ରେ ତାଙ୍କୁ ଠିକ ଖାଦ୍ୟ ଓ ଚିକିତ୍ସା ମିଳୁନି

Satyendra Jain told the court

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଦିଲ୍ଲୀର ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ମିଳୁଥିବାର ଅଭିଯୋଗ ହୋଇଛି। ଏଭଳି ସମୟରେ ଆଜି ମନ୍ତ୍ରୀ ଜୈନଙ୍କ ଓକିଲ କୋର୍ଟରେ ସୂଚନା ଦେଇଛନ୍ତି ଯେ ତାଙ୍କୁ ସେଠାରେ ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ସୁବିଧା ମିଳିୁନାହିଁ। ଜେଲରେ ଥିବା ଭିତରେ ତାଙ୍କର ଓଜନ ପାଖାପାଖି ୨୮ କେଜି ହ୍ରାସ ପାଇଛି। ଜେଲ୍‌ ଭିତରର ଭିଡିଓ ଭାଇରାଲ ହୋଇଥିବାରୁ ‌ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ପାକିସ୍ତାନୀ ନାଗରିକ ଅଜମଲ କସାବକୁ ମୁକ୍ତ ଓ ଅବାଧ ବିଚାର ସୁବିଧା ମିଳିଥିବା ସେ ଯୁକ୍ତି ବାଢ଼ିବା ସହିତ ଜୈନ ତାଙ୍କ ଠାରୁ ନିଶ୍ଚିତଭାବେ ଖରାପ ନୁହନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର