ଲଣ୍ଡନ : ଟ୍ବିଟର ବ୍ୟବହାର ପାଇଁ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ସେ ଟ୍ବିଟରରେ କେତେକ ଟ୍ବିଟ କରିବା ସହ କେତେକ ଟ୍ବିଟକୁ ରିଟ୍ବିଟ୍ କରିଥିଲେ । ଏହି ଘଟଣାକୁ ନେଇ ସାରା ବିଶ୍ବରେ ସଂପୃକ୍ତ ମହିଳଙ୍କ ପାଇଁ ସମର୍ଥନ ପ୍ରକାଶ ପାଇଛି ।
ସଲମା-ଅଲ-ସେହାବ ନାମକ ସଂପୃକ୍ତ ମହିଳା ୨ଟି ସନ୍ତାନର ଜନନୀ ଓ ବେଶ ଉଚ୍ଚ ଶିକ୍ଷିତା । ସେ ଲଣ୍ଡନର ପ୍ରସିଦ୍ଧ ଲିଡ୍ସ ବିଶ୍ବବିଦ୍ୟାଳୟରେ ପିଏଚଡି କରୁଛନ୍ତି । ଗତ ଜାନୁଆରି ମାସରେ ସେ ଛୁଟିରେ ସାଉଦିଆରବ ଫେରିଥିଲେ । ସେ ଟ୍ବିଟର ମାଧ୍ୟମରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ କରି ତାଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ପ୍ରାୟ ୨୮୫ ଦିନ ଜେଲରେ ରହିବା ପରେ ନିକଟରେ ତାଙ୍କର ମାମଲାର ଶୁଣାଣି ସାଉଦି ଆରବର ଏକ କୋର୍ଟରେ ହୋଇଥିଲା । ବିଚାରପତି ଏହି ମାମଲାର ଶୁଣାଣି କରି ତାଙ୍କୁ ୩୪ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି ।
ଓ୍ବାସିଂଟନର ଫ୍ରିଡମ ଇନିସିଏଟିଭ୍ ନାମକ ମାନବ ଅଧିକାରୀ ପାଇଁ ଲଢୁଥିବା ସଂଗଠନ ସଲମାଙ୍କ ମୁକ୍ତି ପାଇଁ ଜନମତ ସୃଷ୍ଟି କରୁଛି । ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ସାଉଦି ଆରବର ମାନଦଣ୍ଡ ଅନୁସାରେ ବି ଏହି ଜେଲଦଣ୍ଡାଦେଶକୁ କଠୋର ବୋଲି କୁହାଯାଉଛି ।
ଫ୍ରିଡମ ଇନିସିଏଟିଭ୍ ପକ୍ଷରୁ କୁହାଯାଇଛି ଯେ ସଲମା ଜଣେ ସିହା ସଂପ୍ରଦାୟର ମହିଳା ହୋଇଥିବାରୁ ତାଙ୍କ ବିରୋଧରେ ଏପରି ଅନ୍ୟାୟ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-18-at-8.24.20-PM.jpeg)