ଇସଲାମାବାଦ: ତୀର୍ଥଯାତ୍ରା ନାଁରେ ସାଉଦି ଆରବ ଆସି ଭିକ୍ଷାବୃତ୍ତି କରୁଥିବା ପାକିସ୍ତାନୀମାନଙ୍କୁ ନେଇ ଚିନ୍ତିତ ହୋଇଯାଇଛନ୍ତି ସେଠାକାର ସରକାର । ଏ ନେଇ ସାଉଦି ସରକାର ପାକିସ୍ତାନ ସରକାରଙ୍କୁ ବି ତାଗିଦ କରିଛନ୍ତି । ଭିକାରୀମାନେ ଯେପରି ସାଉଦି ଆରବରେ ପ୍ରବେଶ କରିନପାରିବେ ସେ ନେଇ ପଦକ୍ଷେପ ନେବାକୁ ପାକିସ୍ତାନକୁ କୁହାଯାଇଛି ।
ମଙ୍ଗଳବାର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସାଉଦି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଯେ ଯଦି ଏହାକୁ ନିୟନ୍ତ୍ରଣ କରା ନଯାଏ ତେବେ ଏହା ପାକିସ୍ତାନୀ ଉମରା ଏବଂ ହଜ୍ ତୀର୍ଥଯାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ପାକିସ୍ତାନୀ ସମ୍ବାଦପତ୍ର 'ଏକ୍ସପ୍ରେସ୍ ଟ୍ରିବ୍ୟୁନ୍' ଏହାର ଏକ ଖବରରେ ପ୍ରକାଶ କରିଛି ଯେ ସାଉଦି ହଜ୍ ମନ୍ତ୍ରଣାଳୟ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟକୁ ଚେତାବନୀ ଜାରି କରି ଉମରା ଭିସା ଅଧୀନରେ ପାକିସ୍ତାନୀ ଭିକାରିମାନଙ୍କୁ ଉପସାଗରୀୟ ଦେଶରେ ପ୍ରବେଶ କରିବାରୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଛି ।
ପାକିସ୍ତାନୀ ସମ୍ବାଦପତ୍ର 'ଏକ୍ସପ୍ରେସ୍ ଟ୍ରିବ୍ୟୁନ୍' ଏହାର ଏକ ଖବରରେ ପ୍ରକାଶ କରିଛି ଯେ ସାଉଦି ହଜ୍ ମନ୍ତ୍ରଣାଳୟ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟକୁ ଚେତାବନୀ ଜାରି କରି ଉମରା ଭିସା ଅଧୀନରେ ପାକିସ୍ତାନୀ ଭିକାରିମାନଙ୍କୁ ଉପସାଗରୀୟ ଦେଶରେ ପ୍ରବେଶ କରିବାରୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଛି। ଏହି ଚେତାବନୀ ପରେ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଉମରା ବ୍ୟବସ୍ଥା କରୁଥିବା ଟ୍ରାଭେଲ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କୁ ଆଇନଗତ ତଦାରଖ କରିବା ଉଦ୍ଦେଶ୍ୟରେ 'ଉମରା ଆକ୍ଟ' ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/1jvT8bXY2J9PyAtF6qWY.jpeg)