ଜେଦ୍ଦା: ଗତ ଅଳ୍ପ କେତେ ସପ୍ତାହ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତା’ର ନାଗରିକମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରିଛି।
ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ ଭାରତ, ଲେବାନନ୍, ସିରିୟା, ତୁର୍କୀ, ଇରାନ୍, ଆଫଗାନିସ୍ତାନ, ୟେମେନ୍, ସୋମାଲିଆ, ଇଥିଓପିଆ, କଙ୍ଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ର, ଲିବିୟା, ଇଣ୍ଡୋନେସିଆ, ଭିଏତ୍ନାମ, ଆର୍ମେନିଆ, ବେଲାରୁଷ୍ ଏବଂ ଭେନିଜୁଏଲା ଥିବା କଥା ‘ଗଲଫ୍ ନିଉଜ୍’ ରିପୋର୍ଟ କରିଛି।
Image Courtesy of Free Press Journalଏହାଛଡ଼ା, ‘ମଙ୍କିପକ୍ସ’ ସଂକ୍ରମଣ ବିଷୟରେ ସାଉଦୀ ଆରବର ସ୍ବାସ୍ଥ୍ୟମନ୍ତ୍ରାଳୟ ଜନସାଧାରଣଙ୍କୁ ଭରସା ଦେଇ କହିଛି ଯେ, ଦେଶରେ ଆଦୌ ‘ମଙ୍କିପକ୍ସ୍’ ମାମଲା ନାହିଁ। ସ୍ବାସ୍ଥ୍ୟ ଉପମନ୍ତ୍ରୀ ଅବ୍ଦୁଲ୍ଲା ଆସିରି କହିଛନ୍ତି ଯେ, ଯଦି କୌଣସି ସନ୍ଦିଗ୍ଧ ‘ମଙ୍କିପକ୍ସ୍’ ମାମଲା ଖୋଜି ବାହାର କରିବା ସହ ନୂଆ ସଂକ୍ରମଣର ମୁକାବିଲା କରିବାର ସାମର୍ଥ୍ୟ ସାଉଦୀ ଆରବ ନିକଟରେ ଅଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏଯାବତ୍ ମଣିଷ କ୍ଷେତ୍ରରେ ସଙ୍କ୍ରମଣ ଖୁବ୍ ସୀମିତ ରହିଛି। ତେଣୁ, ଏହି ମାମଲା ଚିହ୍ନଟ ହୋଇଥିବା ଦେଶଗୁଡ଼ିକରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଖୁବ୍ କମ୍।
ଉଲ୍ଲେଖଯୋଗ୍ୟ, ୧୧ଟି ଦେଶରେ ସମୁଦାୟ ୮୦ଟି ‘ମଙ୍କିପକ୍ସ୍’ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସୁନିଶ୍ଚିତ କରି କହିଛି। ଏହି ସଂକ୍ରମଣର ବ୍ୟାପ୍ତି ଓ କାରଣ ସଂକ୍ରାନ୍ତରେ ଅଧିକ ବୁଝିବା ଲାଗି ଉଦ୍ୟମ ଚାଲିଛି ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/covid.jpg)