ନୂଆଦିଲ୍ଲୀ: ସାଉଦି ଆରବର ମଦିନା ନିକଟରେ ୪୩ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ପ୍ରାୟ ୪୨ଜଣ ଭାରତୀୟ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ଥିବା କୁହାଯାଉଛି।
ବସରେ ବସିଥିବା ୪୨ଜଣ ଯାତ୍ରୀଙ୍କ ମୃତ୍ୟୁ
ଏହି ଦୁର୍ଘଟଣାରେ ବସରେ ଥିବା ୪୩ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେମାତ୍ର ଭାରତୀୟ ଯାତ୍ରୀ ସୌଭାଗ୍ୟବଶତଃ ଜୀବିତ ଅଛନ୍ତି। ଜୀବିତ ଥିବା ଯାତ୍ରୀ ଜଣକ ହାଇଦ୍ରାବାଦର ବସିନ୍ଦା ଥିବା ବେଳେ ନାମ ତାଙ୍କ ମହମ୍ମଦ ଅବଦୁଲ ସୋଏବ ବୟସ ୨୪ବର୍ଷ ଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ମହମ୍ମଦ ଅବଦୁଲ ସୋଏବଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କୁହାଯାଉଛି ଦୁର୍ଘଟଣା ସମୟରେ ଅବଦୁଲ ଚାଳକଙ୍କ ପାଖରେ ବସିଥିଲେ।
In view of a tragic bus accident near Madina, Saudi Arabia, involving Indian Umrah pilgirms, a 24x7 Control Room has been set up in Consulate General of India, Jeddah.
— India in Jeddah (@CGIJeddah) November 17, 2025
The contact details of the Helpline are as under:
8002440003 (Toll free)
0122614093
0126614276
0556122301…
ତୁରନ୍ତ ସାହାଯ୍ୟ ପାଇଁ ଅଣ୍ଟାଭିଡ଼ିଛନ୍ତି ଭାରତୀୟ ଦୂତବାସ
ଜେଦ୍ଦାହରେ ଥିବା ଭାରତୀୟ ଦୂତବାସ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୀଡ଼ିତ ଓ ତାଙ୍କ ପରିବାରଲୋକଙ୍କୁ ସାହାଯ୍ୟ ପାଇଁଏକ 24x7 ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ପ୍ରାସଙ୍ଗିକ ସୂଚନା ପାଇଁ ପରିବାର ସଦସ୍ୟମାନେ ଟୋଲ୍-ଫ୍ରି ନମ୍ବର 8002440003ରେ ଯୋଗାଯୋଗ କରିପାରିବେ।
ଅଧିକପଢ଼ନ୍ତୁ::ଟ୍ୟାଙ୍କର ସହିତ ଧକ୍କା ହେଲା ମକ୍କାରୁ ମଦିନା ଯାଉଥିବା ବସ୍, ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ
ଅଧିକପଢ଼ନ୍ତୁ:ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ, ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଯୋଜନା ନାହିଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/17/6bc7db07-baf5-45c9-9231-3038be0d9f4f-2025-11-17-15-13-51.jpg)