ରିୟାଦ: ସାଉଦି ଆରବ ବେଆଇନ ପ୍ରବାସୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଜାନୁଆରି ପ୍ରଥମ ସପ୍ତାହରେ, ୧୮,୮୩୬ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇ ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଦେଶାନ୍ତର କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଶ୍ରମ ଓ ସୀମା ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦେଶାନ୍ତର କରାଯାଉଛି। ସାଉଦି ଗୃହ ମନ୍ତ୍ରାଳୟ ରିପୋର୍ଟ କରିଛି, ସୁରକ୍ଷା ବାହିନୀ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ନେଇ ଏକ ମିଳିତ ଅଭିଯାନରେ ଜାନୁଆରି ୧ ରୁ ୭ ମଧ୍ୟରେ ଗିରଫଦାରୀ କରାଯାଇଥିଲା।ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ୧୧,୭୧୦ ଜଣ ବାସସ୍ଥାନ ଆଇନ ଉଲ୍ଲଂଘନ କରୁଥିବା ବେଳେ ୪,୨୩୯ ଜଣ ସୀମା ସୁରକ୍ଷା ନିୟମ ଉଲ୍ଲଂଘନ କରିଥିଲେ। ସେହିପରି ୨,୮୮୭ ଜଣ ଶ୍ରମ ଆଇନ ଉଲ୍ଲଂଘନ କରୁଥିବା ଜଣାପଡିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦେଶାନ୍ତର କରାଯାଇଛି ଏବଂ ଅବଶିଷ୍ଟ ଲୋକଙ୍କୁ ସାଉଦି ଆରବରୁ ବାହାର କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସାଉଦି ଗୃହ ମନ୍ତ୍ରାଳୟ ରିପୋର୍ଟ କରିଛି।
ପୂର୍ବରୁ ୧୦,୧୯୫ ଜଣଙ୍କୁ ଦେଶାନ୍ତର କରାଯାଇଥିଲା
ଏହା ପୂର୍ବରୁ ୧୦,୧୯୫ ଜଣଙ୍କୁ ଦେଶାନ୍ତର କରାଯାଇଥିଲା। ଏହା ସହିତ, ୨୦,୯୫୬ ଉଲ୍ଲଂଘନକାରୀଙ୍କୁ ଯାତ୍ରା ଡକ୍ୟୁମେଣ୍ଟ ପାଇବା ପାଇଁ ସେମାନଙ୍କ କୂଟନୈତିକ ମିଶନକୁ ପଠାଇ ଦିଆଯାଇଛି। ସେହିପରି ୫,୨୦୧ ଜଣଙ୍କୁ ଦେଶାନ୍ତର କରାଯିବା ପୂର୍ବରୁ ଯାତ୍ରା ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ସାଉଦି ଆରବରୁ ବାହାର କରାଯିବ। ସାଉଦି କର୍ତ୍ତୃପକ୍ଷ କହିଛନ୍ତି, ୧,୭୪୧ ଜଣଙ୍କୁ ବେଆଇନ ଭାବରେ ଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ପାଇଁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୯ ପ୍ରତିଶତ ୟେମେନରୁ ବିସ୍ଥାପିତ ହୋଇଥିବା ଲୋକ। ସେହିପରି ୬୦ ପ୍ରତିଶତ ଇଥିଓପିଆ ନାଗରିକ ଓ ଏକ ପ୍ରତିଶତ ଅନ୍ୟ ଦେଶର ଲୋକେ। ଏହା ସହିତ ୪୬ ଜଣଙ୍କୁ ବେଆଇନ ଭାବରେ ଦେଶ ଛାଡିବାକୁ ଚେଷ୍ଟା କରିବା ସମୟରେ ଅଟକ ରଖାଯାଇଥିଲା।
ସାଉଦି ଆରବ ପକ୍ଷରୁ ବେଆଇନ ଭାବରେ ଦେଶକୁ ପ୍ରବେଶ କରିବାରେ ସାହାଯ୍ୟ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ ପ୍ରବାସୀଙ୍କୁ ପରିବହନରେ ସହାୟତା କରିବା, ବାସସ୍ଥାନ ଯୋଗାଇବା ତଥା ନିଯୁକ୍ତି ପ୍ରଦାନ କରିଥିବା ଅଭିଯୋଗରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବ୍ୟକ୍ତିଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଏବଂ ୧୦ ଲକ୍ଷ ପର୍ଯ୍ୟନ୍ତ ସାଉଦି ରିୟାଲ ଜରିମାନା ହୋଇପାରେ। ଅପରାଧରେ ବ୍ୟବହୃତ ଯାନବାହନ ଏବଂ ସମ୍ପତ୍ତି ମଧ୍ୟ ଜବତ କରାଯାଇପାରେ ବୋଲି ଗୃହ ମନ୍ତ୍ରଣାଳୟ କହିଛି।
ସାଉଦି ଗୃହ ମନ୍ତ୍ରାଳୟ ଅନୁଯାୟୀ, ଏହି ଅଭିଯାନର ଅଂଶ ସ୍ୱରୂପ ବର୍ତ୍ତମାନ ୨୮,୨୨୦ ପୁରୁଷ ଏବଂ ୧,୬୦୩ ମହିଳା ସମେତ ୨୯,୮୨୩ ବିଦେଶୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ଆହୁରି ପଢ଼ନ୍ତୁ: India create history: ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/12/saudi-arabia-2026-01-12-16-10-55.jpg)