ସାଉଦି ଆରବରେ ୩୭ ଆତଙ୍କବାଦୀଙ୍କ ମୁଣ୍ଡକାଟ

ଦୁବାଇ : ସାଉଦି ଆରବରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ୩୭ ଜଣଙ୍କ ମୁଣ୍ଡ କାଟ କରାଯାଇଛି। ମଙ୍ଗଳବାରର ଏହି ମୁଣ୍ଡକାଟ ଘଟଣା ପରେ ସର୍ବସାଧାରଣାସ୍ଥଳରେ ଦୁଇ ଜଣଙ୍କ ଶବକୁ ଖମ୍ବରେ ବନ୍ଧାଯାଇ ରଖାଯାଇଥିଲା। ଅନ୍ୟମାନଙ୍କୁ ଚେତାବନୀ ଦେବା ପାଇଁ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସାଉଦି ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି।

ସୂଚନା ମୁତାବକ, ରିୟାଦ, ମକା, ମଦିନା ଏବଂ ଅସୀର ଇତ୍ୟାଦି ଅଂଚଳର ଉକ୍ତ ବ୍ୟକ୍ତିମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଅଭିଯୁକ୍ତମାନେ ବିଭିନ୍ନ ଦଳ ଗଠନ କରି କଠୋରପନ୍ଥୀ ଆଦର୍ଶ ପ୍ରଚାର କରିବା ସହ ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଦେଶରେ ଅରାଜକତା ଏବଂ ଜାତିଗତ ସଂଘର୍ଷ ଘଟାଇବାକୁ ଉଦ୍ୟମ କରୁଥିଲେ। ଉକ୍ତ ଅଭିଯୁକ୍ତଙ୍କ ବିଚାରଣ ରିୟାଦସ୍ଥିତ ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା।

ସୂଚନା ଥାଉକି, ସାଉଦି ଆରବର ଜୁଲ୍ଫି ସହରର ଏକ ନିରାପତ୍ତା କୋଠା ଉପରେ ରବିବାର ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସ୍ଲାମିକ୍‌ ଷ୍ଟେଟ୍‌ ଥିବା ଦାବି କରିବା ପରେ ସାଉଦି ସରକାରଙ୍କ ତରଫରୁ ମୁଣ୍ଡକାଟର ନିର୍ଦେଶ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର