ଦୁବାଇ: ସାଉଦି ଆରବର ତୈଳ-ସମୃଦ୍ଧ ପୂର୍ବାଞ୍ଚଳ ଆଡ଼କୁ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଶନିବାର ଦିନ ପ୍ରତିହତ କରାଯାଇଥିବା କଥା ୟେମେନ୍ରେ ‘ହୌଥି ସଙ୍ଗଠନ’ ସହ ସଂଗ୍ରାମରତ ସାଉଦି-ନେତୃତ୍ବାଧୀନ ମେଣ୍ଟ ଏକ ବିତୃତିରେ କହିଥିବା କଥା ସାଉଦି ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଦାମ୍ମାମ୍ ସହର ଉପରେ ଏହି କ୍ଷେପଣାସ୍ତ୍ରଟିକୁ ବାଧା ଦିଆଯାଇ ନଷ୍ଟ କରାଯାଇଥିଲା। ଫଳରେ ତାହାର ଖଣ୍ଡବିଖଣ୍ଡ ଅଂଶ ସବୁ ନିକଟବର୍ତ୍ତୀ ଦାମ୍ମାମ୍ ଉପନଗର ଉପରେ ବିଛାଡ଼ି ହୋଇ ପଡ଼ିଥିଲା। ଏଥିଯୋଗୁଁ ଦୁଇଜଣ ସାଉଦୀ ବାଳକ ଆହତ ହେବା ସହ ୧୪ଟି ଆବାସିକ ଭବନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସାଉଦୀ ପ୍ରତିରକ୍ଷା ମନ୍ତ୍ରାଳୟ ବିବୃତି ଦେଇ କହିଛି।
Image Courtesy of FirstPostଇରାନ୍ ସହ ମେଣ୍ଟ କରିଥିବା ‘ହୌଥି ଫୋର୍ସ’କୁ ସାଉଦୀ-ମେଣ୍ଟ ଦାୟୀ କରିଛି। କିନ୍ତୁ, ‘ହୌଥି’ ଚାଳିତ ଗଣମାଧ୍ୟମରେ ତୁରନ୍ତ କେହି ଏଥିପାଇଁ ଆପଣାକୁ ଦାୟୀ ବୋଲି ଘୋଷଣା କରି ନାହାନ୍ତି।
ବାଧା ଦିଆଯାଇ ଧ୍ବଂସ କରାଯାଇଥିବା ଉପରୋକ୍ତ କ୍ଷେପଣାସ୍ତ୍ରଟି ଦେଶର ଦକ୍ଷିଣାଞ୍ଚଳରେ ଥିବା ଜଜାନ ଓ ନଜରନ୍ ଆଡ଼କୁ ମୁହାଁଇଥିଲା। ସାଉଦି ଆଡ଼କୁ ମୁହାଁଇଥିବା ବିସ୍ଫୋରକ ଭରା ୩ଟି ଡ୍ରୋନ୍କୁ ବାଧା ଦିଆଯାଇ ନଷ୍ଟ କରି ଦିଆଯାଇଥିବା କଥା ମଧ୍ୟ ପୂର୍ବରୁ ରିପୋର୍ଟ ପ୍ରକାଶିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/b-missile.jpg)