ଇରାନର ତୈଳବାହୀ ଜାହାଜ ଆକ୍ରମଣ ଘଟଣାରେ ଆମର ହାତ ନାହିଁ : ସାଉଦି ଆରବ

ରିଆଦ : ଶୁକ୍ରବାରଦିନ ଇରାନର ତୈଳବାହୀ ଜାହାଜ ସାବିଟି ଉପରେ ହୋଇଥିବା ରକେଟ୍‌ ମାଡ ପଛରେ କୌଣସି ହାତ ନାହିଁ ବୋଲି ସାଉଦି ଆରବ ସ୍ପଷ୍ଟ କରିଦେଇଛି । ଆଜି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦେଲ ଅଲ-ଜୁବୈର କହଛନ୍ତି ଯେ ଏହି ଘଟଣା ପଛରେ ତାଙ୍କ ଦେଶର ହାତ ନାହିଁ ।
ସେ କହିଛନ୍ତି ଯେ ଗତ ସେପ୍ଟେମ୍ବର ମାସରେ ସାଉଦି ଆରାମକୋର ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ତାଙ୍କ ସରକାର ଇରାନକୁ ଦାୟୀ କରିଥିଲେ ମଧ୍ୟ ତାହାର ଜବାବରେ କୌଣସି ଆକ୍ରମଣ କରାଯାଇନାହିଁ । ସାଉଦି ଆରାମକୋ ଘଟଣାର ତଦନ୍ତ ଏବେବି ଜାରି ରହିଛି । ଏହି ଡ୍ରୋନଗୁଡ଼ିକୁ କେଉଁଠାରୁ ଛଡାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଗତ ସେପ୍ଟେମ୍ବର ମାସରେ ସାଉଦି ଆରବର ସର୍ବବୃହତ ତେଲ କମ୍ପାନି ସାଉଦି ଆରାମକୋ ଉପରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହା ଫଳରେ ଏହି କାରଖାନାକୁ କିଛି ସପ୍ତାହ ପାଇଁ ବନ୍ଦ କରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର