ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ, ଇରାନଆଡକୁ ଇଙ୍ଗିତ କଲା ସାଉଦିଆରବ

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ସାଉଦିଆରବର ତୈଳ କୂପଗୁଡ଼ିକରେ ଗତ ଶନିବାର ହୋଇଥିବା ଡ୍ରୋନ ଆକ୍ରମଣ ଘଟଣା ଆଗକୁ ଏକ ବଡ଼ ସାମରିକ ବିବାଦର ରୂପ ନେଇପାରେ ବୋଲି ଆଶଙ୍କା ବଢିବାରେ ଲାଗିଛି । ଏପରିକି ଏହାକୁ ନେଇ ସାଉଦି ଆରବ, ଇରାନ ଉପରେ ଆକ୍ରମଣ କରିବାର ସମ୍ଭାବନା ବଢିବାରେ ଲାଗିଛି ।

ସାଉଦି ଆରବ ପକ୍ଷରୁ ସୋମବାରଦିନ କୁହାଯାଇଛି ଯେ ଏହି ଡ୍ରୋନ ଆକ୍ରମଣରେ ବ୍ୟବହୃତ ଗୋଳାବାରୁଦ ଓ ଉପକରଣ ଇରାନ ନିର୍ମିତ । ସାଉଦି ମିଳିତ ସେନାର ମୁଖପାତ୍ର କର୍ଣ୍ଣେଲ ତର୍କି ଅଲ-ମାଲିକି କହିଛନ୍ତି ଯେ ଆକ୍ରମଣରେ ବ୍ୟବହୃତ ଉପକରଣ ଇରାନ ନିର୍ମିତ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ତଦନ୍ତ ଏବେ ବି ଜାରି ରହିଛି । ଏହି ଡ୍ରୋନ ଗୁଡ଼ିକ କେଉଁଠାରୁ ଉଡିବା ଆରମ୍ଭ କରିଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଇଛି । ଏହାପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ।

ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଏହି ଆକ୍ରମଣ ପଛରେ କିଏ ରହିଛି ତାହା ଆମେ ଜାଣିଛୁ, କିନ୍ତୁ ଆମେ ସାଉଦିଆରବଠାରୁ ଜାଣିବାକୁ ଚାହୁଁଛି, ସେମାନେ କାହାକୁ ଦୋଷୀ ବୋଲି ଭାବୁଛନ୍ତି ଓ ଆମେ କିପରି ଆଗକୁ ବଢିବା ।

ସମ୍ବନ୍ଧିତ ଖବର