ରିୟାଦ୍: ଯୁଦ୍ଧ-ବିକ୍ଷତ ରାଷ୍ଟ୍ର ୟେମେନ୍କୁ ଲାଗି ରିୟାଦ୍ର ଦକ୍ଷିଣ ସୀମାନ୍ତାଞ୍ଚଳରେ ରବିବାର ଦିନ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ବସିଥିବା ଜଣେ ସାଉଦୀ ରାଜପୁତ୍ରଙ୍କ ସହ କେତେକ ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି ବୋଲି ରାଷ୍ଟ୍ରାୟତ ଟେଲିଭିଜନ୍ ପ୍ରସାରଣ କରିଛି।
ଜଣେ ପୂର୍ବତନ ଯୁବରାଜଙ୍କ ପୁତ୍ର ତଥା ଅସିର୍ ପ୍ରଦେଶର ଡେପୁଟି ଗଭର୍ଣ୍ଣର୍ ରାଜକୁମାର ମନ୍ସୌର୍ ବିନ୍ ମୋକ୍ରେନ୍ଙ୍କର ମୃତ୍ୟୁ ଘଟିଥିବା କଥା ନିଉଜ୍ ଚାନେଲ୍ ଅଲ୍-ଏଖ୍ବରିୟା ଘୋଷଣା କରିଛି।
ହେଲିକପ୍ଟର୍ରେ ବସିଥିବା ଅନ୍ୟ ଅଧିକାରୀଙ୍କ କଥା କିଂବା ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ଅଲ୍-ଏଖ୍ବରିୟା କୌଣସି କଥା କହିନାହିଁ।