କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନାକଲା ସାଉଦି ଆରବ
ନୂଆଦିଲ୍ଲୀ : ଇସ୍ଲାମୀୟ ଦେଶଗୁଡ଼ିକରେ ଭାରତର ପ୍ରଭାବ ବୃଦ୍ଧି ପାଇଚାଲିଥିବାବେଳେ ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି । ପାକିସ୍ତାନ ଅନ୍ତର୍ଜାତୀୟ ଇସ୍ଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି । ଅନ୍ୟପକ୍ଷରେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ କରିଚାଲିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭେଟିବାକୁ ମନା କରିଦେବା ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଏହା ଫଳରେ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବେ ଚୀନର ନିୟନ୍ତ୍ରଣକୁ ଆସିଯାଇଛି ।
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ କରିଛନ୍ତି । ଏପରିକି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବ ନାହିଁ ଇସ୍ଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ ରୋକଠୋକ ଜଣାଇଦେଇଛି ।