ସାଉଦିରୁ ପଳାୟନ କରିଥିବା ଝିଅ ଜଣେ ଶରଣାର୍ଥୀ; ଅଷ୍ଟ୍ରେଲିଆ ତାଙ୍କର ଥଇଥାନ କରୁ: ଜାତିସଂଘ

ସିଡ୍‌ନି: ସାଉଦି ଆରବରୁ ଖସି ଆସିଥିବା ଝିଅଟି ଜଣେ ଆଇନ ସମ୍ମତ ଶରଣାର୍ଥୀ ବୋଲି ଜାତିସଂଘ କହିବା ସହ ତାଙ୍କୁ ଗ୍ରହଣ କରିବାକୁ ଅଷ୍ଟ୍ରେଲିଆକୁ ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ରାହଫ୍‌ ମହମ୍ମଦ୍‌ ଅଲ୍‌-କୁନୁନ୍‌ଙ୍କୁ ଶରଣାର୍ଥୀ ଥଇଥାନ ଦେବା ପ୍ରସଙ୍ଗରେ ବିଚାର କରିବାକୁ ‘ୟୁଏନ୍‌ଏଚ୍‌ସିଆର୍‌’ ଅଷ୍ଟ୍ରେଲିଆକୁ କହିଛି।

ଏହି ନିଷ୍ପତ୍ତି ଦ୍ୱାରା ୧୮ ବର୍ଷୀୟ ଝିଅର ଉଦ୍ୟମ ସଫଳ ହୋଇଛି। ସମ୍ପ୍ରତି ବ୍ୟାଙ୍ଗ୍‌କକ୍‌ରେ ଥିବା ସେ ଝିଅଟି କହୁଛି କି, ଥାଇ କର୍ତ୍ତୃପକ୍ଷ ତାଙ୍କୁ ଅଷ୍ଟ୍ରେଲିଆ ଛାଡୁ ନାହାନ୍ତି।

ଥାଇ ଗୃହବିଭାଗ କହୁଛି ଯେ ସେମାନେ ଚିରାଚରିତ ଧାରାରେ ୟୁଏନ୍‌ଏଚ୍‌ସିଆର୍‌ ରେଫେରାଲ୍‌କୁ ବିଚାର କରିବେ, ଯେମିତି ସବୁ ରେଫେରାଲ୍‌ଗୁଡ଼ିକର ବିଚାର କରାଯାଏ।

କୁନୁନ୍‌ଙ୍କ ଅନୁରୋଧ ରକ୍ଷା କରାଯିବ ବୋଲି ଅଷ୍ଟ୍ରେଲୀୟ ଅଧିକାରୀମାନେ ଦୃଢ଼ ଭାବେ ସୂଚନା ଦେଇଛନ୍ତି।

ନିଜ ନିଷ୍ଠୁର ପରିବାରରୁ ଖସି ଆସିବା ନିମନ୍ତେ କୁନୁନ୍‌ କରିଥିବା ସମସ୍ତ ଉଦ୍ୟମକୁ କ୍ଷଣ କ୍ଷଣକରେ ସାମାଜିକ ଗଣମାଧ୍ୟମରେ ଅପ୍‌ଡେଟ୍‌ କରିଥିଲେ।

ପ୍ରତ୍ୟର୍ପଣ ଏଡ଼ାଇବାକୁ ସେ ସୋମବାର ଦିନ ବ୍ୟାଙ୍ଗ୍‌କକ୍‌ ହୋଟେଲରେ କବାଟକିଳି ରହିବା ଘଟନା ସର୍ବସାଧାରଣଙ୍କ ଧ୍ୟାନ ଆକର୍ଷଣ କରିଥିଲା।

 

ସମ୍ବନ୍ଧିତ ଖବର