ରିୟାଦ: ଅନ୍ୟଦେଶମାନଙ୍କ ତୁଳନାରେ ସାଉଦି ଆରବରେ ମହିଳାମାନଙ୍କର ଚାଲିଚଳନ ଉପରେ ବିଶେଷ ପ୍ରତିବନ୍ଧକ ରହିଥିଲା। ସାଉଦି ଆରବ ଦୁନିଆର ଏକମାତ୍ର ଦେଶ ଯେଉଁଠାରେ ମହିଳାମାନଙ୍କୁ ଏଯାବତ୍ ଗାଡ଼ି ଚାଳାଇବାର ଅନୁମତି ଦିଆଯାଇ ନଥିଲା। ତେବେ ଖୁସିର କଥା ଏଣିକି ଅନ୍ୟ ଦେଶମାନଙ୍କ ଭଳି ସାଉଦି ଆରବରେ ମହିଳାମାନେ ଗାଡ଼ି ଚଳାଇ ପାରିବେ। ସ୍ୱଇଚ୍ଛାରେ ଗୋଟିଏସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଜେ ଗାଡି ଚଳାଇ ଯାତ୍ରା କରି ପାରିବେ। କେବଳ ଯେ ମହିଳାମାନେ ଦୁଇଚକିଆ ଯାନ ଚଳାଇ ପାରିବେ ତାହା ନୁହେଁ, କାରଠାରୁ ଆରମ୍ଭ କରି ଟ୍ରକ୍ ପର୍ଯ୍ୟନ୍ତ ସମସ୍ତ ଭାରି ଯାନ ଚଳାଇବାର ଅନୁମତି ମିଳିଛି।
/sambad/media/post_attachments/wp-content/uploads/2017/12/saudi_women_will_also_be_allowed_to_drive_motorcycles_1513488207_725x725-300x200.jpg)
ସେପ୍ଟେମ୍ବରରେ ସାଉଦି ଆରବରେ ମହିଳାମାନଙ୍କ ଉପରେ ଥିବା ଡ୍ରାଇଭିଂ ପ୍ରତିବନ୍ଧକକୁ କୋହଳ କରିବା ପାଇଁ ଘୋଷଣା କରାଯାଇଥିଲା। ତେବେ କିଙ୍ଗ ସଲମାନ ସାଉଦି ଆରବର ମହିଳାମାନେ ଗାଡ଼ି ଚାଳନା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଥିଲେ। ଅର୍ଥାତ୍ ସାଉଦି ଆରବର ମହିଳା ଏଣିକି ଗାଡ଼ି ଚଳାଇ ପାରିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ରଖାଯାଇନାହିଁ ବୋଲି ବି କହିଥିଲେ।
/sambad/media/post_attachments/wp-content/uploads/2017/12/saudi_women_will_also_be_allowed_to_drive_motorcycles_1513488228_725x725-300x188.jpg)
ସାଉଦି ମହାନିର୍ଦ୍ଦେଶାଳୟ ଏହି ନୂତନ ନିୟମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଗାଡ଼ି ଚାଳନା ସମୟରେ ପୁରୁଷଙ୍କ ପାଇଁ ଯେଉଁ ନିୟମ ରହିବ ମହିଳାଙ୍କ ପାଇଁ ବି ତାହା ରହିବ ବୋଲି ସୂଚନା ଦିଆଯାଇଛି।
ଏତଦ୍ବ୍ୟତୀତ ମହିଳାମାନେ ଚଳାଉଥିବା କାର୍ର ବିଶେଷ ନମ୍ବର ପ୍ଲେଟ ରହିବ ନାହିଁ। କିନ୍ତୁ ସଡ଼କ ଦୁର୍ଘଟଣାରେ ସାମିଲ ତଥା ସଡ଼କ ନିୟମର ଉଲଘଂନ୍ନ କରୁଥିବା ମହିଳାଙ୍କ ପାଇଁ ବିଶେଷ କେନ୍ଦ୍ର ବନା ଯିବ। ଏହି କେନ୍ଦ୍ରର ପରିଚାଳନା ବି ମହିଳା ହିଁ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/4761522300000578-5185983-image-a-26_1513436040069.jpg)