କଂଗ୍ରେସ ସେବାଦଳ ପୁସ୍ତକରେ ବିବାଦୀୟ ତଥ୍ୟ: ‘ସାବରକର-ଗଡସେଙ୍କ ସମଲିଙ୍ଗୀ ସଂପର୍କ ଥିଲା’

ମୁମ୍ବାଇ: ବୀର ସବରକରଙ୍କୁ ନେଇ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି। କଂଗ୍ରେସର ସହଯୋଗୀ ଅଲ୍‌ ଇଣ୍ଡିଆ କଂଗ୍ରେସ ସେବା ଦଳ ପକ୍ଷରୁ ଏକ ବୁକ୍‌‌ଲେଟ୍‌ ବଣ୍ଟାଯାଇଛି ଯେଉଁଥିରେ କି ବୀର ସବରକରଙ୍କର ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ ସମଲିଙ୍ଗୀ ସଂପର୍କରେ ଥିବା କୁହାଯାଇଛି। ଏହି ବୁକ୍‌ଲେଟ୍‌ର ଟାଇଟଲ୍‌ ରହିଛି ‘ ବୀର ସବରକର କିତ୍‌ନେ ବୀର’। କଂଗ୍ରେସ ସେବା ଦଳ ପକ୍ଷରୁ ଭୋପାଳରେ ଆୟୋଜିତ ଏହାର ୧୦ ଦିନିଆ ତାଲିମ ଅଧିବେଶନରେ ଏହି ବୁକ୍‌ଲେଟ୍‌ ବଣ୍ଟାଯାଇଛି। ଏହାକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି କହିଛନ୍ତି, ପୂର୍ବତନ ମହାସଭା ରାଷ୍ଟ୍ରପତି ସାବରକରଜୀଙ୍କ ବିରୋଧରେ ଅତ୍ୟନ୍ତ ହାସ୍ୟାସ୍ପଦ ଅଭିଯୋଗ। ତେବେ ରାହୁଲ ଗାନ୍ଧି ମଧ୍ୟ ସମଲିଙ୍ଗି ବୋଲି ଆମେ ଶୁଣିଛୁ ବୋଲି ସ୍ବାମୀ ଚକ୍ରପାଣି କହିଛନ୍ତି। ଶିବସେନା ପକ୍ଷରୁ ମଧ୍ୟ ଏହି ବୁକ୍‌ଲେଟ୍‌କୁ କଡ଼ା ବି‌ରୋଧ କରାଯାଇଛି। ବୀର ସାବରକର ଜଣେ ମହାନ ବ୍ୟକ୍ତି ଥିଲେ ଏବଂ ତାଙ୍କ ବିରୋଧରେ ଏଭଳି ପୁସ୍ତକକୁ ତୁରନ୍ତ ନିଷିଦ୍ଧ କରାଯାଉ ବୋଲି ଶିବସେନା ନେତା ସଂଜୟ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର