ଚେନ୍ନାଇ: ଆଜି ଚେନ୍ନାଇ ବିମାନବନ୍ଦରରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ସକାଳ ପ୍ରାୟ ୮ଟା ବେଳେ ଯାତ୍ରୀଙ୍କୁ ନେଇ ଟର୍ମିନାଲରେ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ନିକଟରେ ଛାଡ଼ି ଫେରୁଥିବା ଏକ ଇଣ୍ଡିଗୋ ବସ୍ ହଠାତ ଜଳିବା ଆରମ୍ଭ ହୋଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ବ୍ୟାପିବା ଆଶଙ୍କା କରି ଟର୍ମିନାଲରେ ଥିବା ବିମାନଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଇଥିଲା। ଯଦି ଆଉ ମାତ୍ର ୩ ମିନିଟ୍ ପୂର୍ବରୁ ବସ୍ରେ ନିଆଁ ଲାଗିଥାନ୍ତା ତେବେ ବସ୍ରେ ଥିବା ସମସ୍ତ ୩୦ଜଣ ଯାତ୍ରୀଙ୍କ ସମେତ ବିମାନଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କ ଜୀବନ ମଧ୍ୟ ସଙ୍କଟରେ ପଡ଼ିଯାଇଥାନ୍ତା। ବସ୍ରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିମାନବନ୍ଦର କର୍ତ୍ତୁପକ୍ଷ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଟଳିଲା ବଡ଼ ଅଘଟଣ: ଚେନ୍ନାଇ ବିମାନ ବନ୍ଦରରେ ଜଳିଗଲା ଇଣ୍ଡିଗୋ ବସ୍
/sambad/media/post_attachments/wp-content/uploads/2017/12/indigo647_122917054939.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)