ନୂଆଦିଲ୍ଲୀ,: ଗଙ୍ଗାନଦୀର ପୁନରୁଦ୍ଧାର ପାଇଁ ଆଇଆଇଟି କାନପୁରର ପୂର୍ବତନ ପ୍ରଫେସର ଡ. ଡି ଜି ଅଗରଓ୍ଵାଲ ଏବଂ ବର୍ତ୍ତମାନ ସ୍ୱାମୀ ଜ୍ଞାନୀ ସାନନ୍ଦଜୀ ଭାବେ ପରିଚିତ ୮୬ ବର୍ଷୀୟ ମହାତ୍ମାଙ୍କର ଆମରଣ ଅନଶନ ଆଜି ୨୦ ଦିନରେ ପହଞ୍ଚିଛି। ଏହାକୁ ସମର୍ଥନ ଜଣାଇ ଆଜି ନୂଆଦିଲ୍ଲୀର ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଏକ ସର୍ବଧର୍ମ ତଥା ବିଶିଷ୍ଟ ସମାଜସେବୀଙ୍କୁ ନେଇ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳମାନବ ତଥା ମାଗ୍ସେସେ ପୁରସ୍କାରପ୍ରାପ୍ତ ଡ. ରାଜେନ୍ଦ୍ର ସିଂହ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର ଅନେକ ସମାଜସେବୀ ଯୋଗଦେଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୁଦର୍ଶନ ଦାସ ମଧ୍ୟ ଏଥିରେ ଯୋଗଦେଇଥିଲେ। ସ୍ୱାମୀଜୀଙ୍କର ଅନଶନ ତପସ୍ୟାକୁ ଭଙ୍ଗ କରି ତାଙ୍କ ଜୀବନ ରକ୍ଷା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ।
ଗଙ୍ଗା ବଞ୍ଚାଅ ତପସ୍ୟାକୁ ସମର୍ଥନ ଜଣାଇ ପ୍ରାର୍ଥନା ସଭା
/sambad/media/post_attachments/wp-content/uploads/2018/03/ganga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)