ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଜଳ ସଙ୍କଟ ଯୋଗୁଁ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଚତୁର୍ମାସ୍ୟା ସମୟରେ ବର୍ଷାଜଳ ସଂରକ୍ଷଣ କରି ରଖିବାକୁ ଗାଁ ମୁଖିଆମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିବା ଚିଠିଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ କଲେକ୍ଟର୍ମାନଙ୍କ ଜରିଆରେ ଗାଁ ମୁଖିଆମାନଙ୍କ ହାତରେ ଦିଆଯାଇଛି।
କେତେକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିଠି ଆଲୋଚନାର ବିଷୟ ହୋଇଛି। ଉଦାହରଣସ୍ୱରୂପ, ପୂର୍ବ ଉତ୍ତରପ୍ରଦେଶର ସୋନଭଦ୍ରାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ର ୬୩୭ ଜଣ ଗାଁ ମୁଖିଆଙ୍କୁ ଦିଆଯାଇଛି।
Image Source: Hindustan Timesଚିଠିରେ ହିନ୍ଦୀ ଭାଷାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ପ୍ରିୟ ସରପଞ୍ଚ ମହାଶୟ, ନମସ୍କାର। ଆଶା କରେ ଆପଣ ଏବଂ ପଞ୍ଚାୟତରେ ଥିବା ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କର ଦେହପା’ ଭଲଥିବ। ବର୍ଷାଋତୁ ଆଗତ ପ୍ରାୟ। ଆମେ ଠାକୁରଙ୍କ ଠାରେ କୃତଜ୍ଞ ଯେ ଆମକୁ ଯଥେଷ୍ଟ ବର୍ଷାଜଳ ମିଳୁଛି। ଏହି ଜଳକୁ ସଂରକ୍ଷଣ କରିବାକୁ ଆମେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଏବଂ ବ୍ୟବସ୍ଥା କରିବା ଉଚିତ।
ବର୍ଷାଜଳର ସମୁଚ୍ଚିତ ସଂରକ୍ଷଣ ହୋଇପାରୁଥିବା ଅଞ୍ଚଳରେ ଚେକ୍ ଡ୍ୟାମ୍ ଓ ଜଳାଶୟ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶ ଅନ୍ତର୍ଗତ ଆମୋରା ଜିଲ୍ଲାରେ ୬୦୧ ଜଣ ଗ୍ରାମ ମୁଖିଆଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଉମେଶ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପତ୍ର ହସ୍ତାନ୍ତର କରିଛନ୍ତି। ସେ ମଫସଲ ଅଞ୍ଚଳରେ ୭୭୫ଟି ଜଳାଶୟ ଖନନ କରିବାକୁ ଯୋଜନା କରିବା ସହ ସେଥି ମଧ୍ୟରୁ ୫୦୦ଟିର ଖନନ କାମ ଆରମ୍ଭ କରି ସାରିଲେଣି।
ଆଜି ନୀତି ଆୟୋଗ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷାଜଳ ସଂରକ୍ଷଣ ସଂକ୍ରାନ୍ତରେ ଆଲୋଚନା କରି ପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/pm-1.jpg)