ସୁରାଟ: ଆସନ୍ତା ଦୀପାବଳି ଅବସରରେ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ସାବଜୀ ଢ଼ୋଲକିଆ ତାଙ୍କର ୬ଶହ ଜଣ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର ଦେବେ। ନିଜ କର୍ମଚାରୀଙ୍କୁ ଦୀପାବଳୀ ସମୟରେ ଉପହାର ଆକାରରେ ଘର, କାର, ଅଳଙ୍କାର ଓ ବିଦେଶ ଭ୍ରମଣ ପରି ଉପହାର ଦେଇ ଚର୍ଚ୍ଚାରେ ଥିବା ହୀରା ବ୍ୟବସାୟୀ ଶ୍ରୀ ଢ଼ୋଲକିଆ ଗତ ଅଗଷ୍ଟ ମାସରେ ତାଙ୍କ କମ୍ପାନୀର ୨୫ ବର୍ଷ ହେବ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କୁ ୩ କୋଟି ଟଙ୍କା ବ୍ୟୟରେ ୩ଟି ମର୍ସିଡେଜ୍ ବେଞ୍ଜ କାର ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ। ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନିର ମାଲିିକ ଶ୍ରୀ ଡୋଲକିଆ ଦାମୀ ଦୀପାବଳି ଉପହାର ଓ ବୋନସ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି।ଏହା କମ୍ପାନିର ଏକ ବାର୍ଷିକ ପରମ୍ପରାରେ ପରିଣତ ହୋଇଛି। ନିଜର ଜଣେ ସମ୍ପର୍କୀୟଙ୍କ ଠାରୁ କିଛି ଟଙ୍କା ଋଣ ଆକାରରେ ଆଣି ବ୍ୟବସାୟ ଆରମ୍ଭ କରିଥିବା ଶ୍ରୀ ଢ଼ୋଳକିଆ ନିଜର ଉଦ୍ୟମ ସହିତ କର୍ମଚାରୀମାନଙ୍କ ପରିଶ୍ରମ ଯୋଗୁଁ ସଫଳ ହୋଇପାରିଛନ୍ତି ବୋଲି କୁହନ୍ତି। ସେହିପରି ଦୁଇ ବର୍ଷ ତଳେ ନିଜ ପୁଅକୁ କେରଳକୁ ଚାକରି କରି ଅଭିଜ୍ଞତା ହାସଲ କରିବାକୁ ପଠାଇ ଶ୍ରୀ ଢ଼ୋଲକିଆ ଚର୍ଚ୍ଚାରେ ଥିଲେ।
୬ଶହ କର୍ମଚାରୀଙ୍କୁ ଦୀପାବଳିରେ କାର ଉପହାର ଦେବେ ସାବଜୀ ଢ଼ୋଲକିଆ
/sambad/media/post_attachments/wp-content/uploads/2018/10/Savji-Dholkia-Gifts-Car-to-Employee_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)