ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ୍ଙ୍କ ପୁଅ ସୟଦ ସାହିଦ ୟୁସୁଫ୍ ଗିରଫ ହୋଇଛନ୍ତି। ୨୦୧୧ ଟେରର ଫଣ୍ଡିଂ ମାମଲାରେ ୟୁସୁଫଙ୍କୁ ଜାତୀୟ ତଦନ୍ତକାରୀ ଦଳ (ଏନଆଇଏ) ଗିରଫ କରିଛି। ତେବେ ଗିରଫ ପୂର୍ବରୁ ମଧ୍ୟ ଏନଆଇଏ ତଦନ୍ତ୍ର ପ୍ରକ୍ରିୟାରେ ୟୁସୁଫଙ୍କୁ ଏ ସଂକ୍ରାନ୍ତରେ ପଚରାଉଚୁରା କରି ସାରିଛି। ତେବେ ଏହି ମାମଲା ୨୦୧୧ ମସିହାର ଯେଉଁ ସମୟରେ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ନେଇ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ଉଦ୍ଦେଶ୍ୟରେ ବହୁ ବିଦେଶୀ ଅର୍ଥ କଶ୍ମୀରକୁ ଆସୁଥିଲା। ଏନଆଇଏ ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି ଯେ ବର୍ଷ ବର୍ଷ ଧରି ୟୁସୁଫ ହିଜବୁଲ୍ ମୁଜାହିଦ୍ଦିନ ସଦସ୍ୟ ଅଜାଜ୍ ଅହମଦ ଭଟ୍ଟ ଓରଫ୍ ଅଜାଜ୍ ମକବୁଲ୍ ଭଟ ଠାରୁ ପାଣ୍ଠି ଗ୍ରହଣ କରୁଥିଲା ଏବଂ ଏହି ପାଣ୍ଠିକୁ କଶ୍ମୀରରେ ହିଂସା ବୃଦ୍ଧି ପାଇଁ ବ୍ୟବହାର କରୁଥିଲା। ୟୁସୁଫଙ୍କ ବାଦ୍ ଏହି ମାମଲାରେ ଏନଆଇଏ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଏନଆଇଏ ମଧ୍ୟ ମାମଲାରେ ୬ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍ ଫାଇଲ୍ କରି ସାରିଛି। ଏହି ୬ ଜଣଙ୍କ ମଧ୍ୟରୁ ୪ ଅଭିଯୁକ୍ତ ସୟଦ ଅଲି ଗିଲାନିର ଘନିଷ୍ଠ ସହଯୋଗୀ ଗୁଲାମ ଅହମଦ ଭଟ, ଅଧ୍ୟକ୍ଷ ତେହରିକ୍-ଏ-ହୁରିୟତ ଏବେ ନ୍ୟାୟିକ ହାଜତରେ ରହି ନୂଆଦିଲ୍ଲୀ ସ୍ଥିତ ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ବିଚାର ସାମ୍ନା କରୁଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ମୋହମ୍ମଦ ମକବୁଲ୍ ପଣ୍ଡିତ ଏବଂ ଅଜିଆଜ୍ ଅହମଦ ଭଟ୍ ଏବେ ମଧ୍ୟ ପଳାତକ ଅଛନ୍ତି। ୟୁସୁଫ ୍କୃଷିରେ ଜଣେ ସ୍ନାତକୋତ୍ତର ବିଦ୍ୟାର୍ଥୀ। ସେ ଜମ୍ମୁ କଶ୍ମୀରର କୃଷି ବିଭାଗରେ ୨୦୧୩ ମସିହାରୁ କାର୍ଯ୍ୟରତ ଥିଲେ। ଚଳିତ ବର୍ଷ ସଲାହୁଦ୍ଦିନଙ୍କୁ ଆମେରିକା ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା।
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ: ସୟଦ ସଲାହୁଦ୍ଦିନ୍ ପୁଅ ୟୁସୁଫ ଗିିରଫ
/sambad/media/post_attachments/wp-content/uploads/2017/10/syed-shahid-yusuf-sallhuddin-son.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)