ଗିରଫ ହେଲେ ଟିଏମସିର ଯୁବ ସଭାପତି ଶାୟନୀ

ନୂଆଦିଲ୍ଲୀ:  ଟିଏମସିର ଯୁବ ସଭାପତି ଶାୟନୀ ଘୋଷଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଆଜି ତ୍ରିପୁରା ପୁଲିସ ଏକ ହତ୍ୟା ମାମଲାରେ ଶାୟନୀଙ୍କୁ ଗିରଫ କରିଛି । ଏହାକୁ ନେଇ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି କି ତ୍ରିପୁରାରେ ବିଜେପି ଟିଏମସିର ରାଲି କରିବାକୁ ଦେଉ ନାହିଁ । ଏହାସହ ଏହି ଗିରଫଦାରୀ ବିରୋଧରେ କାଲି ଦିଲ୍ଲୀରେ ଟିଏମସି ସାଂସଦମାନେ ବିରୋଧ ପ୍ରଦର୍ଶନ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ଆସନ୍ତାକାଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଅନ୍ୟପଟେ ଟିଏମସିର ସାଂସଦମାନେ ଆଜି ରାତିରେ ଦିଲ୍ଲୀ ଯାଉଥିବା ବି ସୂଚନା ମିଳିଛି ।

ଅନ୍ୟପଟେ ଶାୟନୀ ଘୋଷଙ୍କ ଗିରଫ ପରେ ଟିଏମସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ ଆଜି ତ୍ରିପୁରା ଯାଉଛନ୍ତି । ତ୍ରିପୁରାରେ ହୋଇଥିବା ଏଭଳି ଘଟଣା ପରେ ଅଭିଷେକ ବି ଟ୍ୱିଟ୍ କରିଛନ୍ତି । ସେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଟ୍ୟାଗ କରି ଲେଖିଛନ୍ତି କି ବେଶରମ ହୋଇଗଲ ଓ ଏତେ ତଳ ସ୍ତରକୁ ଓହ୍ଲାଇ ପଡିଲଯେ ସୁପ୍ରିମ କୋର୍ଟର ନିର୍ଦ୍ଦେଶକୁ ବି ପାଳନ କରିଲ ନାହିଁ । ତ୍ରିପୁରା ସରକାର ଲୋକତନ୍ତ୍ରର ମଜାକ ଉଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଷେକ ।

ସମ୍ବନ୍ଧିତ ଖବର