କହୁକହୁ କହିଦେଲେ: ଜରୁରୀକାଳୀନ ପରିସ୍ଥିତିରେ ୧୫ ମାସ ଜେଲରେ ଥିଲି, ଝିଅ ମିସାଙ୍କର ନାମକରଣ ଗୁମର ଖୋଲିଲେ ଲାଲୁ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଶନିବାର ଜରୁରୀକାଳୀନ ପରିସ୍ଥିତି ସମୟକୁ ମନେ ପକାଇ କହିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅନେକ ନେତାଙ୍କୁ ଜେଲ୍ ପଠାଇଥିଲେ ମଧ୍ୟ ସେମାନଙ୍କ ସହିତ ଖରାପ ବ୍ୟବହାର କରି ନ ଥିଲେ।

ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲାଲୁ ଯାଦବ ତାଙ୍କ ସହ ସାମ୍ବାଦିକ ନଳିନ ବର୍ମାଙ୍କ ଦ୍ୱାରା ଲିଖିତ ‘ଦି ସଙ୍ଘ ସାଇଲେନ୍ସ ଇନ୍ ୧୯୭୫’ଏକ ଆର୍ଟିକିଲ ସେୟାର କରିଛନ୍ତି। ଏହି ଆର୍ଟିକିଲରେ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯଦିଓ ୧୯୭୫ ଦେଶର ଗଣତନ୍ତ୍ର ଉପରେ ଏକ ଦାଗ, ତେବେ ଆମକୁ ଏହା ମଧ୍ୟ ଭୁଲିଯିବା ଉଚିତ୍ ନୁହେଁ ୨୦୨୪ ରେ କିଏ ବିରୋଧୀଙ୍କୁ ସମ୍ମାନ କରୁ ନାହିଁ ।

ଲାଲୁ ଯାଦବ କହିଛନ୍ତି ଯେ, ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଲଗାଯାଇଥିବା ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ଗଠିତ ଷ୍ଟିଅରିଂ କମିଟିର ସଂଯୋଜକ ଥିଲି। ମୁଁ ସୁରକ୍ଷା ରକ୍ଷଣାବେକ୍ଷଣ ଅଧିନିୟମରେ ଅଧିକରୁ ଅଧିକ ଜଡିତ ଥିଲି।

୧୫ ମାସରୁ ଅଧିକ ସମୟ ମୁଁ ଆଭ୍ୟନ୍ତରୀଣ ସୁରକ୍ଷା ନିୟନ୍ତ୍ରଣ ଅଧିନିୟମ ମିସା(ଏମଆଇଏସଏ) ଅଧୀନରେ ଜେଲରେ ଥିଲି ଏବଂ ମୁଁ ମୋର ଅନେକ ସହକର୍ମୀଙ୍କୁ ଜାଣି ନଥିଲୁ ଯେଉଁମାନେ ବର୍ତ୍ତମାନ ବିଜେପିର ମନ୍ତ୍ରୀ ଭାବେ,ଜରୁରୀକାଳୀନ ପରିସ୍ଥିତି ବିଷୟରେ କହୁଛନ୍ତି। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେ.ପି. ନଡ୍ଡା ତଥା ଏନଡିଏର ଅନ୍ୟ ସହଯୋଗୀ ସଦସ୍ୟଙ୍କ ସମ୍ପର୍କରେ ମଧ୍ୟ ଜାଣି ନଥିଲୁ, ଯେଉଁମାନେ ଆଜି ସ୍ୱାଧୀନତାର ମୂଲ୍ୟ ବିଷୟରେ କହି ବୁଲୁଛନ୍ତି।

ସୂଚନାଯୋଗ୍ୟ, ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ସେହି ସମୟରେ ଜନ୍ମ ହୋଇଥିଲେ। ତେଣୁ ମିସା ଅଧିନିୟମର ସ୍ମୃତିରେ ଲାଲୁ ତାଙ୍କ ଝିଅ ନାମ ମଧ୍ୟ ମିସା ଭାରତୀ ଭାବେ ନାମକରଣ କରିଥିଲେ। ନାମକରଣର ଗୁମର ଲାଲୁ ଏବେ  ଖୋଲିଛନ୍ତି।

ସମ୍ବନ୍ଧିତ ଖବର