ପାର୍ବଣ ଋତୁକୁ ନଜରରେ ରଖି ଏସବିଆଇର ତିନିଟି ବଡ ଘୋଷଣା, କାର ଓ ଗୃହ ଋଣ ହେଲା ଶସ୍ତା 

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ | ଲୋକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ତିନିଟି ବଡ ଘୋଷଣା କରିଛି | ନୂଆ ଘୋଷଣା ମୁତାବକ ବ୍ୟାଙ୍କ ପକ୍ଷରୁ ଶସ୍ତା ଗୃହ ଋଣ ନେଇ ବ୍ୟବସ୍ଥା କରାଯାଇଛି | ପ୍ରଥମ ଏସବିଆଇ ତାହାର ଗୃହ ଋଣକୁ ରିଜର୍ଭ ଵ୍ୟଵକ ସହ ଲିଙ୍କ କରାଇଛି ଅର୍ଥାତ ଯଦି ରିଜର୍ଭ ବ୍ୟାଙ୍କ ଗୃହ ଋଣର ରେପୋ ରେଟ କମେ ତେବେ ସ୍ୱୟଂକ୍ରିୟ ଭାବେ ଗୃହ ଋଣ କମିଯିବ | ସେହିପରି ଋଣ ଉପରେ ସୁଧ ହାର କମିଗଲେ ସହଜ ମାସିକିଆ ଦର ବା ଇଏମଆଇ ମଧ୍ୟ କମିଯିବ |

ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଯିବ | ଦ୍ବିତୀୟତଃ କାର ଲୋନ ଉପରେ କୌଣସି ପ୍ରୋସେସିଂ ରେଟ ନିଆଯିବନାହିଁ | କାର ଲୋନ ଉପରେ ଅତିରିକ୍ତ ସୁଧ ମଧ୍ୟ ଦେବାକୁ ପଡିବ ନାହିଁ | ତୃତୀୟରେ ଯଦି ଆପଣ ଏସବିଆଇର ଆପ ୟୋନ ମାଧ୍ୟମରେ ଅନଲାଇନ ଆବେଦନ କରିବେ ତେବେ ଆପଣଙ୍କୁ କାର ଲୋନ ୮.୭୫ ପ୍ରତିଶତରେ ମିଳିବ | ବ୍ୟାଙ୍କ ପକ୍ଷରୁ ଆଶା କରାଯାଇଛି ଯେ ଏହି ତିନିଟି ନୂଆ ଘୋଷଣା ପରେ ଲୋକ ଅଧିକ ସଂଖ୍ୟାରେ ଋଣ ନେବେ |

ସମ୍ବନ୍ଧିତ ଖବର