ପୁଲଓ୍ଵାମା ସହିଦଙ୍କୁ ସହାୟତାର ହାତ ବଢ଼ାଇଲା ଷ୍ଟେଟବ୍ୟାଙ୍କ, ଋଣ ଛାଡ ସହିତ ୩୦ଲକ୍ଷ ଟଙ୍କାର ବୀମା ସୁବିଧା

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି । ପ୍ରତିରକ୍ଷା ବେତନ ପ୍ୟାକେଜ୍ ଅଧୀନରେ ସାମିଲ ଥିବା ସମସ୍ତ ସିଆରପିଏଫ୍ ଯବାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରତିରକ୍ଷା ଯବାନଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଉଛି । ସହିଦ ହୋଇଥିବା ଯବାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ବୀମା ରାଶି ହସ୍ତାନ୍ତର କରିବା କାର୍ଯ୍ୟକୁ ବ୍ୟାଙ୍କ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି । ୨୩ ଜଣ ଯବାନ ଷ୍ଟେଟ୍ ବ୍ୟାଙ୍କରୁ ଋଣ ନେଇଥିଲେ । ସେମାନଙ୍କ ଋଣକୁ ତତ୍କାଳ ଭିତିରେ ଛାଡ଼ କରାଗଲା ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଜାତୀୟ ବିପତି ସମୟରେ ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରିଥାନ୍ତି । ଏଥର ମଧ୍ୟ ସରକାରଙ୍କ ଭାରତ କେ ବୀର୍ ପୋର୍ଟାଲ୍ରେ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭଷବକ୍ସବଗ୍ଧଳରଙ୍ଖରରକ୍ସ.ଶକ୍ଟଙ୍ଖ.ସଦ୍ଭ) ସ୍ୱେଚ୍ଛାକୃତ ଦାନ କରିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି । ବ୍ୟାଙ୍କର ଗ୍ରାହକମାନେ ଯେଭଳି ସୁବିଧାରେ ଦାନ କରିପାରିବେ ସେଥିପାଇଁ ବ୍ୟାଙ୍କ ପକ୍ଷରୁ ତିନି ପ୍ରକାର ବିକଳ୍ପ ପ୍ରଦାନ କରାଯାଇଛି ।

ଗ୍ରାହକମାନେ ଅନଲାଇନ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଆପ୍ ଓ ଭିମ୍ କିମ୍ବା କୁ୍ୟଆର୍ କୋଡ୍ ଜରିଆରେ ଦାନ କରିପାରିବେ ।ରଜନୀଶ କୁମାର, ଅଧ୍ୟକ୍ଷ, ଏସବିଆଇ କହିଛନ୍ତି ଯେ, “ଆମ ଦେଶର ସୁରକ୍ଷା ପାଇଁ ସବୁ ବେଳେ ଠିଆ ହେଉଥିବା ଯବାନମାନଙ୍କ ଜୀବନହାନିକୁ ଦେଖି ଅତ୍ୟନ୍ତ ଦୁଃଖିତ ଓ ବିଚଳିତ ଲାଗୁଛି । ଏହି ଶୋକ ପାଳନ ସମୟରେ ଆମର ସମବେଦନା ବୀର ସହିଦଙ୍କ ପରିବାର ସହିତ ରହିଛି । ଅପୂରଣୀୟ କ୍ଷତି ସହିଥିବା ପରିବାର ପାଇଁ ବ୍ୟାଙ୍କ ତରଫରୁ ଏହା ଏକ ଛୋଟିଆ ପଦକ୍ଷେପ ମାତ୍ର ।’’

ସମ୍ବନ୍ଧିତ ଖବର