ଏସ୍‌ବିଆଇ କାର୍ଡ ଓ ଆଇଆର୍‌ସିଟିସି ପକ୍ଷରୁ ରୁପେ ପ୍ଲାଟଫର୍ମରେ ଶୁଭାରମ୍ଭ ହେଲା ନୋ-ଟଚ୍‌ କ୍ରେଡିଟ୍‌ କାର୍ଡ; ଯାତ୍ରୀ ପାଇବେ ଅନେକ ଫାଇଦା

ଭୁବନେଶ୍ୱର: ଏସବିଆଇ କାର୍ଡ ଓ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ
ଲିମିଟେଡ୍‌ (ଆଇଆରସିଟିସି) ପକ୍ଷରୁ ଆଇଆରସିଟିସି ଏସବିଆଇ କାର୍ଡକୁ ରୁପେ ପ୍ଲାଟଫର୍ମରେ ଉନ୍ମୋଚନ କରାଯାଇଛି। ଟ୍ରେନ୍‌ରେ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ ଗ୍ରାହକମାନଙ୍କୁ ଭାରତୀୟ ରେଳରେ ଯାତ୍ରା ସମୟରେ ଅଧିକ ସହାୟତା ପ୍ରଦାନ କରିବା ସହ ଖୁଚୁରା, ଡାଇନିଂ, ମନୋରଂଜନ ଆଦିରେ ମଧ୍ୟ ଅନେକ ଲାଭ ପ୍ରଦାନ କରିବ ଏବଂ ଏଥିରେ କାରବାର ଫି’ ଛାଡ଼ର ସୁବିଧା ମଧ୍ୟ ରହିଛି।

ଆଇଆରସିଟିସି ଏସବିଆଇ କାର୍ଡ ରୁପେ ପ୍ଲାଟଫର୍ମର ଗ୍ରାହକମାନେ ଆଇଆରସିଟିସିରେ ଏସି୧ମ, ଏସି୨ୟ, ଏସି୩ୟ, ଏସି ସିସି ବୁକିଙ୍ଗ୍‌ ବେଳେ ୧୦ ପ୍ରତିଶତ ସଂଚୟ କରିପାରିବେ। କାର୍ଡକୁ ସକ୍ରିୟ କରିବା ବେଳେ ଏହା ୧%ର କାରବାର ଫି’ ଛାଡ଼ ସୁବିଧା ଏବଂ ୩୫୦ ବୋନସ୍‌ ପଏଂଟ୍‌ ମଧ୍ୟ ପ୍ରଦାନ କରିବ। ଏହି କାର୍ଡରେ ଯେଉଁ ସବୁ ରିୱାର୍ଡ ପଏଂଟ୍‌ ମିଳିବ ତାହାକୁ ଆଇଆରସିଟିସି ୱେବସାଇଟ୍‌ରେ ଟିକଟ ବୁକିଙ୍ଗ୍‌ ବେଳେ ରିଡିମ୍‌ କରାଯାଇପାରିବ।

ଏହି ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ‘ଭାରତରେ ନିୟମିତ ରେଳ ଯାତ୍ରୀ ବଜାର ବେଶ ବ୍ୟାପକ ଓ ଏଭଳି ଯାତ୍ରୀଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ କ୍ରେଡିଟ୍‌ କାର୍ଡ ପାଖରେ ବିପୁଳ ସୁଯୋଗ ରହିଛି’।
ନ୍ୟାସନାଲ୍‌ ପେମେଂଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ଏମ୍‌ଡି ଓ ସିଇଓ ଦିଲ୍ଳୀପ ଆସ୍‌ବେ କହିଛନ୍ତି ଯେ, ଏହି କାର୍ଡ ରୁପେ ଗ୍ରାହକଙ୍କୁ ରେଳ ଯାତ୍ରା ଓ ଜୀବନଶୈଳୀ କିଣାକିଣି ସମୟରେ ଅନେକ ସୁବିଧା ଦେବ।

ଏହି ଅବସରରେ ଆଇଆରସିଟିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଏମ୍‌ ପି ମଲ୍ଳ କହିଛନ୍ତି ଯେ, ଯାତ୍ରା ପାଇଁ ବ୍ୟାପକ ଭାବେ ବ୍ୟବହାର ହେଉଥିବା ପୋର୍ଟାଲ୍‌ ହେଉଛି ଆଇଆରସିଟିସି ଓ ୭୨% ସଂରକ୍ଷିତ ରେଳ ଟିକଟ ଏହା ଜରିଆରେ ବୁକିଙ୍ଗ୍‌ ହେଉଛି। ଏସବିଆଇ କାର୍ଡ ସହିତ ସହଯୋଗିତା ଆମ ପାଇଁ ସଫଳତାର ଆଉ ଏକ ଫର୍ଦ। ଏସବିଆଇ କାର୍ଡର ଏମ୍‌ଡି ଓ ସିଇଓ ହରଦୟାଲ ପ୍ରସାଦ କହିଛନ୍ତି ଯେ, ଆଇଆରସିଟିସି ଏସବିଆଇ କାର୍ଡ ହେଉଛି ଆମର ପ୍ରମୁଖ ଉତ୍ପାଦ ଏବଂ ଏହା ହେଉଛି ଆଇଆରସିଟିସି ସହଯୋଗରେ ଏକମାତ୍ର କ୍ରେଡିଟ୍‌ କାର୍ଡ।

ସମ୍ବନ୍ଧିତ ଖବର