ଜୁଲାଇ ପହିଲାରୁ ଗ୍ରାହକଙ୍କୁ ଏହି ନୂଆ ସୁବିଧା ଯୋଗାଇବ ଏସବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିକଟରେ ରେପୋ ରେଟ ସଂପର୍କରେ ଏକ ବଡ଼ ଘୋଷଣା କରିବା ପରେ ଏବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ )ଗ୍ରାହକଙ୍କୁ ସୁଖବର ଦେଇଛି।
ଏସବିଆଇ ୨୦୧୯ ମସିହାରେ ହିଁ ସେଭିଙ୍ଗସ ଡ଼ିପୋଜିଟ ଓ ସୁଧ ହାରକୁ ରେପୋ ରେଟ ସହ ଯୋଡ଼ିବାକୁ ଯାଉଛି । ତେଣୁ ଆରବିଆଇ ଦ୍ୱାରା ଲାଗୁ କରାଯାଇଥିବା ରୋପୋ ରେଟର ୦.୨୫ ପ୍ରତିଶତର ହ୍ରାସ ଏସବିଆଇ ଗ୍ରାହକ ଶୀଘ୍ର ଲାଭ ଉଠାଇପାରିବେ । ଜୁଲାଇ ପହିଲାରୁ ଏସବିଆଇ ରେପୋ ରେଟ ସହ ଜଡ଼ିତ ସମସ୍ତ ଋଣର ସୁଧ ହାର ଶସ୍ତା କରିବ ବୋଲି ଜଣାଯାଇଛି । ଏଥିରେ ୦.୨୫ ପ୍ରତିଶତ ହ୍ରାସ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଚଳିତ ବର୍ଷ ମେ ମାସରୁ ରେପୋ ରେଟକୁ ବ୍ୟାଙ୍କ ନିଜ ସହ ଯୋଡ଼ିଛି । ଏହି ନିୟମ ଏକ ଲକ୍ଷରୁ ଅଧିକ ଲୋନ ଆଣୁଥିବା ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି ।
ଏସବିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ସେଭିଙ୍ଗସ ଡ଼ିପୋଜିଟ ଓ ସୁଧ ହାରକୁ ରେପୋ ରେଟ ଯୋଡ଼ି ହେବା ଦ୍ୱାରା ନିଜ ସେଭିଙ୍ଗସ ଆକାଉଣ୍ଟରେ ଯେଉଁ ଗ୍ରାହକଙ୍କ ଏକ ଲକ୍ଷରୁ ଅଧିକ ଟଙ୍କା ଥିବ ସେମାନେ ଏହି ସୁବିଧା ପାଇ ପାରିବେ।

ସମ୍ବନ୍ଧିତ ଖବର