ପୁଣି ଫସିଲେ ଶିଳ୍ପପତି ଅନିଲ ଅମ୍ବାନୀ; ୧,୨୦୦ କୋଟିର ଋଣ ଆଦାୟ ପାଇଁ ‘ଦେବାଳିଆ ଅଦାଲତ’କୁ ଭିଡ଼ିଲା ଏସବିଆଇ

ନୂଆଦିଲ୍ଲୀ: ଦେବାଳିଆ ଆଇନର ବ୍ୟକ୍ତିଗତ ଗ୍ୟାରେଣ୍ଟି ଧାରା ଅନୁଯାୟୀ ଅନିଲ ଅମ୍ବାନୀଙ୍କ ଠାରୁ ୧,୨୦୦ କୋଟିରୁ ଅଧିକ ଋଣ ଟଙ୍କା ଫେରସ୍ତ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲରେ (ଏନସିଏଲଟି)ରେ ଆବେଦନ କରିଛି। ରିଲାଏନ୍ସ କମ୍ୟୁନିକେସନ୍ ଏବଂ ରିଲାଏନ୍ସ ଇନଫ୍ରାଟେଲକୁ ଦିଆଯାଇଥିବା ଋଣ ପାଇଁ ଅନିଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ।

ବିଏସଭି ପ୍ରକାଶ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଗୁରୁବାର ଦିନ ଆମ୍ବାନୀଙ୍କୁ ଆବେଦନର ଉତ୍ତର ଦେବାକୁ ଏକ ସପ୍ତାହ ସମୟ ଦେଇଛନ୍ତି। ଅନିଲ ଅମ୍ବାନୀଙ୍କ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ଏ ଘଟଣା ରିଲାଏନ୍ସ କମ୍ୟୁନିକେସନ୍ (ଆରକମ୍) ଏବଂ ରିଲାଏନ୍ସ ଇନଫ୍ରାଟେଲ (ଆରଆଇଟିଏଲ) ଦ୍ୱାରା ପ୍ରାପ୍ତ ଏକ କର୍ପୋରେଟ୍ ଋଣ ସହ ଜଡିତ | ଏହା ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଋଣ ନୁହେଁ। ମାର୍ଚ୍ଚ ୨୦୨୦ରେ ଆରକମ୍ ଏବଂ ଆରଆଇଟିଏଲ ରେଜୋଲୁସନ ଯୋଜନାଗୁଡିକ ୧୦୦% ଋଣଦାତାଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ରିଜୋଲ୍ୟୁସନ୍ ଯୋଜନା ମୁମ୍ବାଇର ଏନସିଏଲଟି ଅନୁମୋଦନକୁ ଅପେକ୍ଷା କରିଛି ବୋଲି ଏଥିରେ କୁହାଯାଇଛି।

Sbi Reaches Nclt To Recover 1200 Crores From Anil Ambani ...
Amar Ujala

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସପ୍ତାହ ମଧ୍ୟରେ ଅମ୍ବାନୀ ଉପଯୁକ୍ତ ଉତ୍ତର ଦାଖଲ କରିବେ | ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ଅନିଲ ଅମ୍ବାନୀ | ଏହା ପୂର୍ବରୁ ମେ ୨୩ରେ ଋଣ ସଙ୍କଟରେ ବୁଡିଥିବା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କୁ ୨୧ ଦିନ ମଧ୍ୟରେ ୭୧.୭ ମିଲିୟନ ଡଲାର ବା ୫୪୪୬ କୋଟି ଟଙ୍କା ଦେବାକୁ କହିଥିଲା | ଏହି ପାଣ୍ଠି ୨୧ ଦିନ ମଧ୍ୟରେ ତିନୋଟି ଚାଇନାର ବ୍ୟାଙ୍କକୁ ପ୍ରଦାନ କରାଯିବ ବୋଲି ଜଣା ପଡିଥିଲା।

ସମ୍ବନ୍ଧିତ ଖବର